Odiapua.com

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଙ୍କ ପରଲୋକ

ନୂଆ ଦିଲ୍ଲୀ ୨୧ ଅଗଷ୍ଟ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଙ୍କ ପରଲୋକ ହୋଇଛି। ଜୁଲାଇ ୪ ରୁ ତାଙ୍କୁ ଲକ୍ଷ୍ନୌର SGPGI ରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତ ଦେଢ଼ ମାସ ଧରି ଅସୁସ୍ଥ ଥିବା କଲ୍ୟାଣ ସିଂଙ୍କ ଅବସ୍ଥା ନିରନ୍ତର ଗୁରୁତର ଥିଲା।