ବ୍ରହ୍ମପୁର: ଆଜି ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ସଞ୍ଚଳନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ରାମଲିଙ୍ଗମ ଟ୍ୟାଙ୍କ ରୋଡ଼ ସ୍ଥିତ ହନୁମାନ ବିଗ୍ରହ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସ୍ଥାନ ଅଯୋଧ୍ୟାରେ ବିଦେଶୀ ଆକ୍ରମଣକାରୀ ବାବର ଦ୍ୱାରା ନିର୍ମାଣ କରାଯାଇଥିବା ଗମ୍ବୁଜକୁ ୧୯୯୨ ମସିହା ଗୀତା ଜୟନ୍ତୀ ଦିନ ହଟାଇ ଦିଆଯାଇଥିଲା। ଦୀର୍ଘ ଦିନର ଏହି କଳଙ୍କିତ ଢାଞ୍ଚାକୁ ହଟାଇ ଭାରତ ବର୍ଷର ହିନ୍ଦୁ ଯୁବ ସମାଜ ଶୌର୍ଯ୍ୟ ପ୍ରଦର୍ଶନ କରିଥିଲା। ଏହି ଘଟଣାକୁ ମନେ ରଖିବା ପାଇଁ ଏକ ସପ୍ତାହ ବ୍ୟାପୀ ସାରା ଦେଶରେ ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ବୋଲି ବିଶ୍ବହିନ୍ଦୁ ପରିଷଦ ପ୍ରାନ୍ତ ମଠ ମନ୍ଦିର ସୁରକ୍ଷା ପ୍ରମୂଖ ରମାକାନ୍ତ ରଥ ବକ୍ତବ୍ୟ ପ୍ରଦାନ କରିଥିଲେ।
-/DevDrath