Odiapua.com

ସଲମାନ ଖାନଙ୍କର ଦ ମୋଷ୍ଟ ୱାଣ୍ଟେଡ୍ କପ୍ – ରାଧେ” !

– ପ୍ରଭୁ ଦେବାଙ୍କର ନିର୍ଦେଶନାରେ ଈଦ ୨୦୨୦ ରେ ରିଲୀଜ୍ ହେବ !
ମୁମ୍ବାଇ ୧୨-୧୦ (ଓଡ଼ିଆ ପୁଅ) ସଲମାନ ଖାନଙ୍କର ପ୍ରଶଂସକମାନଙ୍କ ପାଇଁ ଭଲ ଖବର। ରାଧେ, ସଲମାନ ଖାନଙ୍କର ଈଦ ୨୦୨୦ ରେ ରିଲୀଜ୍ ହେବାକୁ ଥିବା ଫିଲ୍ମ ହେବ। ଏହି ଫିଲ୍ମର ନିର୍ଦେଶନା ପ୍ରଭୁଦେବା କରିବେ। ସଲମାନ ଖାନ ଏବଂ ପ୍ରଭୁଦେବା, ବର୍ତ୍ତମାନ ଦବଙ୍ଗ ୩ କୁ ସମ୍ପୂର୍ଣ୍ଣ କରିବାରେ ଲାଗିପଡ଼ିଛନ୍ତି। ଯାହା ୨୦ ଡିସେମ୍ବର ୨୦୧୯ ରେ ରିଲୀଜ୍ ହେବ। ଦବଙ୍ଗ ୩ ସମ୍ପୂର୍ଣ୍ଣ ଭାବରେ ରିଲୀଜ୍ ହେବାପାଇଁ ପାଇଁ ପ୍ରସ୍ତୁତ ହେବା ପରେ ରାଧେର ଶୁଟିଂ ଆରମ୍ଭ ହେବ। ଖବର ଅନୁସାରେ ଫିଲ୍ମ ରାଧେର ପ୍ରଥମ ସିଡ୍ୟୁଲ ୪ ନଭେମ୍ବରରେ ମୁମ୍ବାଇରେ ଆରମ୍ଭ ହେବ। ସଂଜୟ ଲୀଲା ଭଂସାଲୀଙ୍କ ସହିତ ରୋମାଂସ ଫିଲ୍ମ ଇଂଶାଲ୍ଲାହ ବନ୍ଦ ହେବାପରେ ଈଦ ୨୦୨୦ କୌଣସି ଏକ ଫିଲ୍ମ ରିଲୀଜ୍ କରିବାର ଘୋଷଣା ନିଜେ ସଲମାନ ଖାନ କରିଥିଲେ।

ରାଧେ ହେବେ ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ କପ୍ । ଏହି ଫିଲ୍ମରେ, ସଲମାନ ଖାନ ତେରେ ନାମର ରାଧେ ପରିବର୍ତ୍ତେ ଜଣେ ଦବଙ୍ଗ ପୁଲିସ ଭୂମିକାରେ ଦେଖିବାକୁ ମିଳିବେ। କିନ୍ତୁ, ଏହି ଭୂମିକା ଦବଙ୍ଗ ୩ ର ଚୁଲବୁଲ ପାଣ୍ଡେ ପରି ଚୁଲବୁଲୀ ହେବ ନାହିଁ। ରାଧେ, ସଲମାନ ଖାନଙ୍କର, ଦବଙ୍ଗ ୩ ପରେ କ୍ରମାଗତଭାବେ ରିଲୀଜ୍ ହେବାକୁଥିବା କପ ଫିଲ୍ମ ହେବ। ଏହି ଫିଲ୍ମରେ, ସଲମାନ ଖାନ ନିର୍ଦେଶକ ପ୍ରଭୁ ଦେବାଙ୍କର ନିର୍ଦେଶନାରେ କ୍ରମାଗତଭାବେ ଦ୍ୱିତୀୟ ଥର ଏବଂ ସର୍ବମୋଟ ତୃତୀୟ ଥର ପାଇଁ ଅଭିନୟ କରୁଛନ୍ତି।

ସଲମାନ ଖାନଙ୍କର ଫିଲ୍ମ ରାଧେ ଇଣ୍ଡିଆଜ ମୋଷ୍ଟ ୱାଟେଡ କପ୍, କୋରିଆ ଫିଲ୍ମ ଦ ଆଉଟ ଲ ର ହିନ୍ଦୀ ରୂପାନ୍ତରଣ ଅଟେ। କୋରିଆ ଫିଲ୍ମ “ଦ ଆଉଟ୍ ଲ” ୨୦୧୭ ରେ ରିଲୀଜ୍ ହୋଇଥିଲା। ଏହି ଫିଲ୍ମର କାହାଣୀ ଜଣେ ପୁଲିସ ଅଧିକାରୀଙ୍କର ଥିଲା। ଯାହାଙ୍କୁ ଗ୍ୟାଙ୍ଗଷ୍ଟାର ମାନଙ୍କୁ ଶେଷ କରିବା ପାଇଁ ଦାୟୀତ୍ତ୍ୱ ଦିଆଯାଇଥିଲା। ମା ଡୋଙ୍ଗ-ସୋକଙ୍କ ଅଭିନୀତ ଏହି ଫିଲ୍ମ କୁ ବକ୍ସ ଅଫିସ୍ ରେ ଭଲ ସଫଳତା ମିଳିଥିଲା। ଏହି ଫିଲ୍ମ କୋରିଆରେ ଅନେକ ଫିଲ୍ମ ପୁରସ୍କାର ମଧ୍ୟ ଜୀତିଥିଲା।