Odiapua.com

ସଲମାନଙ୍କ ‘ଉର୍ବଶୀ ଉର୍ବଶୀ’ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ ଆକ୍ଟର ସଲମାନ ଖାନ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଅଛନ୍ତି।କିଛିଦିନ ହେଲା ସେ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ସେୟାର କରୁଛନ୍ତି।ଫିଲ୍ମ “ଭାରତ”ର ସଫଳତା ପରେ ସେ ପୂର୍ବ ଅପେକ୍ଷା ପ୍ରମୋସନ ଉପରେ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି।ଏବେ ସେ “ଦବଙ୍ଗ- ୩”ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ସଲମାନ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ପ୍ରଭୁ ଦେବା, ସାଉଥ୍ ଆକ୍ଟର ସୁଦୀପ ଏବଂ ସାଜିଦ ନାଡିୟାବାଲାଙ୍କ ସହ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି।ଯେଉଁଥିରେ ସେ ଫିଲ୍ମ “ମୁକାବିଲା”ର “ଉର୍ବଶୀ ଉର୍ବଶୀ” ଗୀତରେ ଡ୍ୟାନ୍ସ କରିଛନ୍ତି।ଏହି ଗୀତଟି ପ୍ରଭୁଦେବାଙ୍କର ଥିଲା।

“ଦବଙ୍ଗ- ୩”ର ନିର୍ଦ୍ଦେଶନା ପ୍ରଭୁଦେବା ଦେଉଛନ୍ତି।ସାଉଥ୍ ଆକ୍ଟର ସୁଦୀପ ଏଥିରେ ଭିଲିୟାନ ଭୂମିକାରେ ଅଛନ୍ତି।ଫିଲ୍ମଟିରେ ସଲମାନ ଖାନଙ୍କ ସହ ସୋନାକ୍ଷୀ ସିହ୍ନା ପୁଣିଥରେ ଲିଡ୍ ରୋଲରେ ଆସୁଛନ୍ତି।”ଦବଙ୍ଗ- ୩”ରେ ସଲମାନ୍ ଚୁଲବୁଲ୍ ପାଣ୍ଡେ ରୂପରେ ପୁଣି ଫେରିବେ।//ଦେବଦତ୍ତ ରଥ

ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ ପାଣି ତଳେ ବିକିନି ଫଟୋ ସୁଟ୍: ସେ ଏବେ ୯ ମାସର ଗର୍ଭବତୀ!

ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ପୂର୍ବ ଭାଜପା ମନ୍ତ୍ରୀଙ୍କ ବୋଲ୍ଡ ଏବଂ ବିଉଟିଫୁଲ ଝିଅ