Odiapua.com

ରିଲ୍ ହିରୋ ବନାମ ରିଅଲ୍ ହିରୋ: ବାବୁଶାନ, ଅନୁଭବ ମୁହାଁମୁହିଁ

ଭୁବନେଶ୍ୱର: ରିଲ୍ ହିରୋ ଏବଂ ରିଅଲ୍ ହିରୋ କଥାକୁ ନେଇ ବାବୁଶାନ ମହାନ୍ତି ଏବଂ ଅନୁଭବ ମହାନ୍ତି ମୁହାଁମୁହିଁ ହୋଇଛନ୍ତି।କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ନିର୍ବଚନୀ ସଭାରେ ବାବୁଶାନ ରିଲ୍ ହିରୋ ଏବଂ ରିଅଲ୍ ହିରୋକୁ ନେଇ ଦେଇଥିବା ମନ୍ତବ୍ୟର ଉତ୍ତର ଦେଇଛନ୍ତି ଅନୁଭବ।

ଅନୁଭବ କହିଛନ୍ତି, ” ନିଜେ (ବାବୁଶାନ) ସେ ଜଣେ ରିଲ୍ ହିରୋ।ମୁଁ ଜଣେ ରାଜ୍ୟସଭା ସାଂସଦ।ସେ ତାଙ୍କ ନିଜ ବିଷୟରେ କହିଛନ୍ତି।ଏଠି ସେ ଦରକାର ନାହାଁନ୍ତି।ଏଠି ଭଲ ରିଅଲ୍ ହିରୋ ଦରକାର।ମୁଁ ରାଜ୍ୟସଭାରେ କେତେଥର ଓଡ଼ିଶାର କଥା, ହକ୍ ସ୍ବାଭିମାନର କଥା ଉଠାଇଛି,ସେ ଜାଣିବା ଦରକାର।ନିଜର ଶିକ୍ଷାଗତ ଯୋଗ୍ୟତା ଟିକେ ବଢ଼ାଇବା ଦରକାର।ଏହା ସହ ସେ ଜାଣିବା ଦରକାର, ଆମର ଜଣେ ସିନିୟର, ତାଙ୍କ ମା” ଅପରାଜିତା ମ୍ୟାଡମ୍ ଜଣେ ରିଲ୍ ହିରୋଇନ।ସେ ବି ଇଲେକ୍ସନ୍ରେ ଠିଆ ହୋଇଛନ୍ତି।ହୁଏତ ସେ ଏପରି କଥା କହି ତାଙ୍କ ମା’ ଙ୍କ ବିରୋଧରେ ଏଠି ପ୍ରଚାର କରି ଯାଇଛନ୍ତି।ଏ କଥାଟା ଯେତେବେଳେ ଭୁବନେଶ୍ୱରରେ ପହଞ୍ଚିବ ଭଗବାନ ନ’ କରନ୍ତୁ, ତାଙ୍କ ମା’ ଙ୍କୁ ଲୋକେ ହରାଇ ନ’ ଦିଅନ୍ତୁ”।

“ମୁଁ ହିରୋ”: ଅନୁଭବଙ୍କୁ “ନକଲି ହିରୋ” ସାବ୍ୟସ୍ତ କରି ଦେଲେ ବୈଜୟନ୍ତ!

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାଠାରେ ବୈଜୟନ୍ତ ପଣ୍ଡାଙ୍କ ନିର୍ବଚନୀ ସଭାରେ ଯୋଗଦେଇ ବାବୁଶାନ କହିଥିଲେ, “ମୁଁ ସତ କଥା ଗୋଟେ କହିବି,ରାଜନୀତି ଜାଣିନାହିଁ।ଯେଉଁଠି ସ୍ୱାଭିମାନର କଥା ଆସିବ, ଯେଉଁଠି ଇଜ୍ଜତର କଥା ଆସିବ, ଯେଉଁଠି ସମ୍ମାନର କଥା ଆସିବ, ସେଠି ଆଜ୍ଞା ଡାଏଲଗ୍‌ ବାଜି ଚଳିବ ନାହିଁ।ସେଠି ରିଅଲ୍‌ ହିରୋ ଦରକାର,ସେଠି ମାଟିର ପୁଅ ଦରକାର।ସେଠି ବୈଜୟନ୍ତ ପଣ୍ଡା ଦରକାର।”//ଦେବଦତ୍ତ