Odiapua.com

ଲକ୍‌ଡାଉନ୍ ସମୟରେ ଡିଜିଟାଲ ପେମେଣ୍ଟକୁ ଅଧିକ ବ୍ୟବହାର କରିବାକୁ ଆରବିଆଇ ଗଭର୍ଣ୍ଣରଙ୍କ କଲେ ଅନୁରୋଧ

ଭୁବନେଶ୍ୱର ୩୦ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭାଇରସ୍ ପାଇଁ  ଦେଶରେ ବସବାସ କରୁଥିବା ସମସ୍ତ ଜନସାଧାରଣ ଏକ କଷ୍ଟସାଧ୍ୟ ସମୟ ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। ଏଭଳି ସମୟରେ ଆମେ ସବୁ ଦିଗରୁ ସତର୍କତା ଅବଲମ୍ବନ କରିବା ଉଚିତ। ତେଣୁ ଡିଜିଟାଲ ପେମେଣ୍ଟକୁ ଅଧିକ ବ୍ୟବହାର କରି ନିଜକୁ ସୁରକ୍ଷା କରିବାକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜନସାଧାରଣଙ୍କୁ  ଅନୁରୋଧ କରିଛନ୍ତି।