Odiapua.com

କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ମନ୍ତ୍ରୀ ସଂପୂର୍ଣ୍ଣ ସୁରକ୍ଷିତ

ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ହେଲିକପ୍ଟରରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରବିଶଙ୍କର ପ୍ରସାଦଙ୍କ ହେଲିକପ୍ଟରର ବ୍ଲେଡ ଭାଙ୍ଗିଯାଇଛି। ଖୁସିର କଥା, ଏହି ଦୁର୍ଘଟଣା ସମୟରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ହେଲିକପ୍ଟରରେ ଉପସ୍ଥିତ ନଥିଲେ। ବିହାରର ଅନ୍ୟ ଦୁଇ ଜଣ ମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏବଂ ସଞ୍ଜୟ ଝା ମଧ୍ୟ ରବି ଶଙ୍କର ପ୍ରସାଦଙ୍କ ସହ ଥିଲେ। ଏହି ତିନି ନେତା ଦୁର୍ଘଟଣା ପୂର୍ବରୁ ହେଲିକପ୍ଟରରୁ ଅବତରଣ କରିସାରିବା ପରେ ଏହି ଦୁର୍ଘଟଣା ଘଟିଛି।

ପାଟନା ବିମାନବନ୍ଦରରେ ଏକ ନିର୍ମାଣ ସ୍ଥଳରେ ତାଙ୍କ ହେଲିକପ୍ଟରରର ବ୍ଲେଡ୍ ଓଭରହେଡ୍ ତାରରେ ଧକ୍କା ହୋଇଥିଲା। ତାହାଫଳରେ ତାଙ୍କ ହେଲିକପ୍ଟରର ବ୍ଲେଡ୍ ଭାଙ୍ଗି ଯାଇଛି।
ଆଜି ସନ୍ଧ୍ୟାରେ ରବି ଶଙ୍କର ପ୍ରସାଦ ନିର୍ବାଚନ ପ୍ରଚାର ପରେ ପାଟନାକୁ ଫେରିବା ପରେ ଏହି ଘଟଣା ଘଟିଥିଲା।

ଏ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଅଫିସ ତରଫରୁ ଏକ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି।

ଟ୍ୱିଟରେ କୁହାଯାଇଛିଯେ, କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ନେଇ ହେଲିକପ୍ଟରର ରୋଟର୍ ବ୍ଲେଡ୍, ମାନ୍ୟଗଣ୍ୟ ମନ୍ତ୍ରୀମାନେ ଏଥିରୁ ଓହ୍ଲାଇ ଚାଲିଯିବା ପରେ ବିମାନବନ୍ଦରରେ ହେଲିକ୍ୟାପଟର କ୍ଷତିଗ୍ରସ୍ତ ହୋଇଛି। ମନ୍ତ୍ରୀ ସଂପୂର୍ଣ୍ଣ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି।