Odiapua.com

ଭାଇ ଧର୍ମେନ୍ଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ କି ଭଉଣୀ ଅପରାଜିତା?

ଭୁବନେଶ୍ୱର: ଆଜି ରାକ୍ଷୀ ପୂର୍ଣ୍ଣମୀ ବା ରକ୍ଷା ବନ୍ଧନ ଉତ୍ସବ। ଆଜିର ଦିନରେ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ। ବିଭିନ୍ନ ସାମାଜିକ କ୍ଷେତ୍ର ଏବଂ ରାଜନୀତି କ୍ଷେତ୍ରରେ ମଧ୍ୟ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଥାଏ। ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ଦେଉଥିବା ପାର୍ଟି ବିଜେପିରେ ରକ୍ଷା ବନ୍ଧନ ଉତ୍ସବ ଭଲ କରି ପାଳନ କରାଯାଇଥାଏ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ବ୍ୟତୀତ, ବିଜେପି ମହିଳା ମୋର୍ଚ୍ଚା ବା ବିଜେପି ମହିଳା ନେତ୍ରୀମାନେ ବିଜେପି ନେତା ମାନଙ୍କୁ ରାକ୍ଷୀ ବାନ୍ଧି ଥାଆନ୍ତି। ଆଉ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଥିଲେ ବିଜେପି ମହିଳା ନେତ୍ରୀ ମାନେ ଆଗ ସେଠାକୁ ଯାଇ ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି। ତେବେ, ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ରାକ୍ଷୀ ବାନ୍ଧିବାର କାଇଁ ଦେଖାଯାଇନି। ଦେଖାଯାଆନ୍ତା ବା କେମିତି? ସିଏମ୍ ହେବା ସ୍ୱପ୍ନରେ ଉଭୟଙ୍କ ମଧ୍ୟରେ ତ’ ଶୀତଳ ଯୁଦ୍ଧ ଚାଲିଛି। ତେବେ, କିଛିଦିନ ତଳେ ବିଜେଡି ନେତା ଲେନିନ ମହାନ୍ତିଙ୍କ ବାଣରେ ଘାଇଲା ହୋଇ ଏକ କାର୍ଯ୍ୟକ୍ରମ ପରେ ଅପରାଜିତାଙ୍କ ଉପସ୍ଥିତିରେ ଲେନିନଙ୍କୁ ଜବାବ ଦେବାକୁ ଯାଇ ଅପରାଜିତା “ମୋ ଭଉଣୀ ଅପରାଜିତା” ବୋଲି କହିଥିଲେ ଧର୍ମେନ୍ଦ୍ର। ଏହା ପରଠାରୁ ଏବଂ ଏବେ କିଛିଟା ସାମାନ୍ୟ ଦୃଶ୍ୟପଟକୁ ନେଇ ଅନେକ ଭାବୁଚିନ୍ତି ଧର୍ମେନ୍ଦ୍ର – ଅପରାଜିତା ବୁଝାବଣା ହୋଇଯାଇଛି! ଉଭୟଙ୍କ ଭିତରେ ଭଲ ପଡ଼ିଲାଣି! ତେବେ, ଦେଖିବା ଆଜି ଭାଇ ଧର୍ମେନ୍ଦ୍ରଙ୍କ ହାତରେ ରାକ୍ଷୀ ବନ୍ଧୁଛନ୍ତି ନାଁ, ନାହିଁ ଭଉଣୀ ଅପରାଜିତା!!

ଓଡ଼ିଶା ବିଜେପିର ଦୁଇ ବିଶୃଙ୍ଖଳିତ ନେତା: ଧର୍ମେନ୍ଦ୍ର ଆଉ ଅପରାଜିତା!


-/DevDrath