Odiapua.com

ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ..

ବ୍ରହ୍ମପୁର: ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ସମାଜ ତଥା ଜନସାଧାରଣଙ୍କୁ ସୁରକ୍ଷା ଯୋଗାଉଥିବା ପୋଲିସ୍ କର୍ମଚାରୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଛି ବିଜେପି ମହିଳା ମୋର୍ଚ୍ଚା। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ରଙ୍କ ନେତୃତ୍ୱରେ ବ୍ରହ୍ମପୁର ଉପ ଆରକ୍ଷୀ ଅଧିକ୍ଷକ ଅସୀମ କୁମାର ପଣ୍ଡା, ଏସଡିପିଓ ବିଷ୍ଣୁ ପତି, ଟାଉନ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ଆଦିଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଛି ମହିଳା ମୋର୍ଚ୍ଚା। ଏହା ସହିତ ବ୍ରହ୍ମପୁର ସହରର ଦଳୁଆ ସାହି ସ୍ଥିତ ନୃସିଂହ ମନ୍ଦିରରେ କାର୍ଯ୍ୟକର୍ତ୍ତା ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଉତ୍ସବ ପାଳିଛି ମହିଳା ମୋର୍ଚ୍ଚା। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, କର୍ପୋରେଟର କରୁଣାକର, ନିଳକଣ୍ଠ ସାହୁ, ସବିତା ସାହୁ ପ୍ରମୂଖ ସାମିଲ୍ ଥିଲେ।