Odiapua.com

ଆଜି ଏହି ତିନୋଟି ଜିଲ୍ଲାରେ ବଜ୍ରପାତ ସହ ହେବ ବର୍ଷା

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) : ଓଡିଶାର ତିନୋଟି ଜିଲ୍ଲାରେ ବଜ୍ରପାତ ସହ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମାଲକାନଗିରି ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଏବଂ ହାଲୁକାରୁ ମଧ୍ୟମ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଜି କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟାହ୍ନ ପରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।