Odiapua.com

୨ ହାଲ୍ ଅଧିକାରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ

କୋରାପୁଟ;ତା୨୬-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କୁ କୌଣସି କାରଣ ନଥାଇ ଦୁଇଜଣ ହାଲ୍ ଅଧିକାରୀ ନିସ୍ତୁକ ମାଡ ମାରିବା ଘଟଣାର ୬ଦିନ ପରେ ଡିଏସସି ପକ୍ଷରୁ ସୁନାବେଡା ଥାନାରେ ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ଦାବି କରିଛି। ହାଲରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଖଗେନ୍ଦ୍ର ନାଥ୍ ଝା ୧୯ ତାରିଖ ଅପରାନ୍ନରେ ହାଲ୍ ପୁରୁଣା ଗେଟ୍ ନିକଟରେ ଡ୍ୟୁଟି କରୁଥିଲେ। ସେହି ସମୟରେ ହାଲ୍ ସୁରକ୍ଷା ଅଧିକାରୀ ରାଜୀବ ରଂଜନ କୁମାର୍ ଓ ସଂଜୀବ କୁମାର ଦାଶ ସେଠାରେ ପହଂଚି ଅଚାନକ ତାଙ୍କୁ ଲାତ ଗୋଇଠା ମାରିଥିଲେ ଏବଂ ତାଙ୍କ ହାତରେ ଥିବା ବନ୍ଧୁକ ଛଡାଇ ନେଇ ଯାଇଥିବା ଖଗେନ୍ଦ୍ର ନାଥ ଅଭିଯୋଗ କରିଛନ୍ତି। ପରେ ଗୁରୁତର ଅବସ୍ଥାରେ କେତେକ ସାଥୀ ଖଗନେ୍ଦ୍ର ନାଥଙ୍କୁ ହାଲ୍ ହସ୍ପିଟାଲକୁ ନେଇଥିଲେ। ପ୍ରାଥମିକ ଚିକିସାô ପରେ ଖଗେନ୍ଦ୍ର ନାଥ ଘରକୁ ଚାଲି ଯାଇଥିଲେ କିନ୍ତୁ ଦୁଇ ଦିନ ପରେ ତାଙ୍କ ଅବସ୍ଥା ଜଟିଳ ହେବାରୁ ଚିକିତ୍ସା ନିମନ୍ତେ ୨୧ ତାରିଖରେ ବିଶାଖାପାଟଣା ଯାଇଥିଲେ। ବିଶାଖାପାଟଣାରେ ଚିକିତ୍ସା ହୋଇ କାଲି ଫେରିବା ପରେ ଆଜି ସାଥୀ ଯବାନଙ୍କ ସହ ସୁନାବେଡା ଥାନାରେ ଏତେଲା ଦେଇଛନ୍ତି। ଅଭିଯୁକ୍ତ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘର ପ୍ରକାଶ କୁମାର ଜେନା, ରାମ ଦୟାଲ୍ ଦାବି କରିଛନ୍ତି।