Odiapua.com

ପୂଜ୍ୟ ପ୍ରତାପ ନନାଙ୍କୁ ପଦେ, (ବାଜେ କବିତା)

-ଅମ୍ଳାନ ପ୍ରହରାଜ(ବ୍ୟଙ୍ଗ ଗୋସେଇଁ)
ପ୍ରତାପ ନନା ମୁଁ ଘରୁ ବାହାରେନି
ନ ପିନ୍ଧିଲେ ସୁଟ୍ ଟାଇ।
କିପରି ତୁମେ ହେ ଦିଲ୍ଲୀ ବାହାରିଛ
ପଞ୍ଜାବୀ ଦେହେ ଗଳାଇ ?
ଭୁବନେଶ୍ବରରେ ରହି,
ଭାଗ୍ୟକୁ ନିନ୍ଦୁଚି ମୁମ୍ବାଇ,ଦିଲ୍ଲୀରେ
ଫ୍ଲାଟ ଖଣ୍ଡେ ମୋର ନାଇଁ।
ଦାମୀ ବ୍ରଅସକୁ ଇମ୍ପୋଟେଡ ପେଷ୍ଟ
ସକାଳୁ ହୁଏ ମୋ ଲୋଡ଼ା।
ନନା ହେ କେମିତି ନିମ୍ବ ଡାଳ ଭାଙ୍ଗି
ଦାନ୍ତରେ ଦିଅ ରଗଡ଼ା ?
ପିତା ଲାଗୁନି ସେଗୁଡ଼ା,
ଟୁଇଟରେ ସେଇ ଫଟ ଗୁଡା ତୁମ
ମନକୁ ଦେଉଛି ପୀଡା।
ବି ଏମ୍ ଡବଲୁ ଇନୋଭା ନ ହେଲେ
ନେତା ନ ଯାନ୍ତି ଏରିଆ।
ଯେତେ ବଡ ନେତା ସେତେ ଦାମୀ ଗାଡି
କମାଣ୍ଡୋ ବାହିନୀ ଠିଆ।
ଦେଖି ଲାଗେ ଅଚାବୁଆ,
ପୁରୁଣା ମଡେଲ ସାଇକେଲ ପେଲି
ବୁଲ ତୁମେ ଏକୁଟିଆ ??
ସୁଇମିଂ ପୁଉଲୁ ଦୁଧ ଫେଣ ରଙ୍ଗ
ବାଥ୍ ରୁମ୍ ବାଥ୍ ଟବ।
ସେଇଟା ଆଜିକା ଷ୍ଟାଟସ୍ ସିମ୍ବଲ
ନ ଥିଲେ ପ୍ରେଷ୍ଟିଜି ଯିବ।
ତେମେ କେଉଁ ଗ୍ରହ ଜୀବ,
ସର୍କାରୀ ଟ୍ୟୁବେଲ ଢିଙ୍କିଆ ବାଡ଼େଇ
ନିଇତି ଗାଧୋଉଥିବ ?
ଇତିହାସ ଲେଖେ ଚାଣକ୍ୟ ମନ୍ତିରୀ
ଥିଲେ ଭାରି ସାଦା ସିଧା।
ଅନୁଭବ କଲି ତୁମକୁ ଦେଖି ମୁଁ
ବୁଝିବାରେ ନାହିଁ ବାଧା।
ଜନତାଙ୍କ ପ୍ରଶ୍ନ ସିଧା,
ଯେତେ ନେତା ଛନ୍ତି ତୁମ ଆଦର୍ଶରେ
ଇନ୍ସପାର୍ଡ୍ ହୋନ୍ତେନି ଅଧା ??? /

(କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଜୀବନଶୈଳୀରେ ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲା ଡିଆ ଗ୍ରାମର ବ୍ୟଙ୍ଗ କବି ଅମ୍ଳାନ ପ୍ରହରାଜ ଏହି କବିତାଟି ଲେଖିଛନ୍ତି।ଲେଖାରେ ତୃଟି ଥିଲେ କ୍ଷମା କରିବେ ବୋଲି ସେ ନିବେଦନ କରିଛନ୍ତି।)/ଦେବଦତ୍ତ