Odiapua.com

ଗୁଜୁରାଟର ରାଜକୋଟରେ ନୂଆ AIIMS ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) ଭିଡିଓ କନଫରେନ୍ସିଂ ଜରିଆରେ ୩୧ ଡିସେମ୍ବର ଦିନ ଗୁଜୁରାଟର ରାଜକୋଟରେ ପ୍ରଧାନମନ୍ତ୍ରୀ ମୋଦୀ AIIMS ର ଭିତ୍ତପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ଗୁଜରାଟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଯୋଗଦେବେ। ଏହି ପ୍ରକଳ୍ପ ପାଇଁ ୨୦୧ ଏକର ଜମି ଆବଣ୍ଟନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଥିବା ଏଏନଆଇ ସୂତ୍ରରୁ ପ୍ରକାଶ।