Odiapua.com

ସାପ କାମୁଡାରେ ଜଣେ ମୃତ

କୋରାପୁଟ ୦୩-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଂ ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ଜଣକ ମୁତେଲୁ ୱାଟାକା ବୋଲି ଜଣା ପଡିଛି। ମୁତେଲୁ ଗାଁ ନିକଟରେ ଥିବା ନିଜ ଚାଷ ଜମିରେ ଏକ କୁଡିଆ କରି ରହି ଆସୁଥିଲେ। ଗତକାଲି ସଂନ୍ଧ୍ୟାରେ ସେ ଜମିରେ ଚାଷ କରୁଥିବାବେଳେ ଏକ ବିଷଧର ସାପ ଗୋଡକୁ କାମୁଡି ଦେଇଥିଲା। ଘଟଣା ସମ୍ପର୍କରେ ସ୍ତ୍ରୀ ଓ ପୁଅ ବିଳମ୍ବରେ ଜାଣିବାକୁ ପାଇଥିଲେ ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ମୁତେଲୁଙ୍କୁ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବନ୍ଧୁଗାଁ ପୁଲିସ ଏକ ଅପମୃତ୍ୟୁ ମାଲା ରୁଜୁ କରି ତଦନ୍ତ କରୁଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରା ଯାଇଥିଲା।