ଭୁବନେଶ୍ୱର: ଇତି ମଧ୍ୟରେ ବିଜେପି ରାଜ୍ୟ ସଭାପତି ବଦଳି ଯାଇଛନ୍ତି। ସମୀର ମହାନ୍ତିଙ୍କୁ ଅପସାରିତ କରାଯାଇ ମନମୋହନ ସାମଲ ହୋଇଛନ୍ତି ଓଡ଼ିଶା ବିଜେପିର ନବନିଯୁକ୍ତ ରାଜ୍ୟ ସଭାପତି। କେନ୍ଦ୍ର ପକ୍ଷରୁ ଘୋଷଣା ପରେ ରାଜ୍ୟ କାର୍ଯ୍ୟାଳୟରେ ନବନିଯୁକ୍ତ ସଭାପତିଙ୍କ ଉଦ୍ଦେଶ୍ୟରେ କରାଯାଇଥିଲା ଏକ ସମ୍ବର୍ଦ୍ଧନା ସଭା। ଏହାପରେ ଏବେ ମନମୋହନ ସାମଲ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀ ଯାଇ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଥିଲେ। ଆଲୋଚନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା। ଦଳକୁ ପୁନଃ ମଜଭୁତ କରିବା ଏବଂ ରାଜ୍ୟକୁ ଡବଲ୍ ଇଞ୍ଜିନ୍ ବିକାଶ ପଥରେ ନେବା ସହ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଲେ। ଏହା ସହ ଅନ୍ୟାନ୍ୟ କିଛି କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଭେଟି ସାଙ୍ଗଠନିକ ଚର୍ଚ୍ଚା ଆଲୋଚନା କରି ଓଡ଼ିଶା ଫେରିଲେ ମନମୋହନ। ରାଜ୍ୟ ସଭାପତି ହେବା ପରେ ମନମୋହନ ପ୍ରଥମ ଥର ଦିଲ୍ଲୀ ଯାଇ ଦଳର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସାକ୍ଷାତ ଆଲୋଚନା କରି ଓଡ଼ିଶା ଫେରିଲେ। କିନ୍ତୁ, ମନମୋହନଙ୍କୁ ସ୍ୱାଗତ କରିବାକୁ ଯିବାର ରାଜ୍ୟର ସେମିତି କୌଣସି ନେତୃତ୍ୱଙ୍କୁ ଦେଖିବାକୁ ମିଳିଲାନି! ନିଜ ଦଳର ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିବାର ମର୍ଯ୍ୟଦା ଭୁଲିଗଲା ରାଜ୍ୟ ବିଜେପି!
-/Dev@Drath