Odiapua.com

ଧର୍ମେନ୍ଦ୍ର ଜଣେ ପ୍ରକୃତ ଓଡ଼ିଆ: ତେବେ ବିଶ୍ୱଭୂଷଣ କ’ଣ ନକଲି ?

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି। କୋରାପୁଟ ଜିଲ୍ଲା କୋଟିଆକୁ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଧର୍ମେନ୍ଦ୍ର ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର। ଜଣେ କେନ୍ଦ୍ରମନ୍ତ୍ରୀ ହୋଇ “ଆନ୍ଧ୍ର ଗୋ ବ୍ୟାକ୍” ପରି ଏକ ବିବାଦୀୟ ନ୍ୟାରା ଦେଇ ସମାଲୋଚିତ ହେବା ପରେ ଧର୍ମେନ୍ଦ୍ରଙ୍କ ସମର୍ଥନରେ ବାହାରିଛି ଓଡ଼ିଶା ବିଜେପି। ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଭୃଗୁ ବକ୍ସିପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲା କୋଟିଆକୁ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି। ଓଡ଼ିଶାର ଐତିହ୍ୟ, କଳା ଓ ସୀମା ଆଜି ଅସୁରକ୍ଷିତ ସମୟରେ ଧର୍ମେନ୍ଦ୍ର ସେମାନଙ୍କ ପାଖରେ ପହଞ୍ଚି କୋଟିଆବାସୀଙ୍କ ମନୋବଳକୁ ବଢ଼ାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଜଣେ ଓଡ଼ିଆ ପୁଅ ଏବଂ ଓଡ଼ିଶା ନାଗରୀକ ତା’ପରେ ସେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ଏପରି କରି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି ବୋଲି ଭୃଗୁ କହିଛନ୍ତି।ତେବେ, ଏହା ଉପରେ ବିଜେଡି ପକ୍ଷରୁ ଅଭିଯୋଗ କରି କୁହାଯାଇଛି, କେନ୍ଦ୍ରରେ ୯ ବର୍ଷ ହେଲା ବିଜେପି ସରକାର ଶାସନ କରୁଛି। ଓଡ଼ିଶାରୁ ବିଜେପିର ୮ ଜଣ ସାଂସଦ ଲୋକସଭାକୁ ଯାଇଛନ୍ତି। ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। ମାତ୍ର ଓଡ଼ିଶା ବିଜେପିର ଏହି ନେତାମାନେ କେବେ ସଂସଦରେ କୋଟିଆ ପ୍ରସଙ୍ଗ ଉଠାଇଛନ୍ତି କି? ଦିନକ ପାଇଁ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିଛନ୍ତି କି? ନିଜ ଦାୟିତ୍ବ ନିର୍ବାହ ନକରି ସେମାନେ ଏବେ କୋଟିଆକୁ ନେଇ ହୀନ ରାଜନୀତି ଚଳାଇଛନ୍ତି। କୋଟିଆ ଏକ ଅନ୍ତଃରାଜ୍ୟ ସୀମା ବିବାଦର ପ୍ରସଙ୍ଗ ହୋଇଥିଲେ ମଧ୍ୟ ବିଜେପି ଏହାକୁ ନେଇ କେବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିନାହିଁ। ଓଡ଼ିଶାର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଦୀର୍ଘ ବର୍ଷ ଧରି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ପଦରେ ରହିଲେ। ମାତ୍ର ଓଡ଼ିଶା ବିଜେପିର ନେତାମାନେ କୋଟିଆ ସମସ୍ୟା ସମାଧାନ ପାଇଁ ତାଙ୍କ ପାଖରେ ମଧ୍ୟ କେବେ ଫେରାଦ ହୋଇନାହାନ୍ତି। ଏଥିରୁ ଜଣାପଡ଼ୁଛି, ଓଡ଼ିଶାର ସୀମା ସମସ୍ୟାର ସମାଧାନ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡ଼ିଶା ବିଜେପିର କୌଣସି ଆନ୍ତରିକତା କେବେ ନ’ଥିଲା କି ଆଜି ମଧ୍ୟ ନାହିଁ। ବିଭିନ୍ନ ପ୍ରସଙ୍ଗରେ ସେମାନେ କେବଳ ମିଥ୍ୟା ପ୍ରଚାର କରି ନିମ୍ନ ମାନର ରାଜନୀତି କରିବା ଶିଖିଛନ୍ତି। କୋଟିଆ ପ୍ରସଙ୍ଗରେ ମଧ୍ୟ ବିଜେପି ତାହା କରୁଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଜଣେ ଓଡ଼ିଆ ପୁଅ ଏବଂ ଓଡ଼ିଶା ନାଗରୀକ ତା’ପରେ ସେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ଯାହା କଲେ ସେପରି କରି ସେ ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି ବୋଲି ଭୃଗୁ କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶା ବିଜେପିର ବରିଷ୍ଠ ନେତା, ପୂର୍ବତନ ବିଜେପି ରାଜ୍ୟ ସଭାପତି, ପୂର୍ବତନ ରାଜ୍ୟମନ୍ତ୍ରୀ, ପୂର୍ବତନ ଆନ୍ଧ୍ର ରାଜ୍ୟପାଳ ତଥା ଏବେକାର ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ କ’ଣ ନକଲି ଓଡ଼ିଆ ଥିଲେ? ସେ କ’ଣ ଓଡ଼ିଆ ପୁଅ ନ’ଥିଲେ? ତାଙ୍କ ପାଇଁ କ’ଣ ପ୍ରଥମେ ଓଡ଼ିଶା, ପରେ ରାଜ୍ୟପାଳ ପଦବୀ ନ’ଥିଲା? ତାଙ୍କ ପାଖରେ କ’ଣ ଓଡ଼ିଆ ପ୍ରିତି ନ’ଥିଲା? ଭୃଗୁ ପ୍ରଶ୍ନ କହିଛନ୍ତି, କିଛିଦିନ ତଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ହଠାତ୍ ଆସିଲେ କାହିଁକି? ଏବଂ କଣ କଥା ହେଲେ, ତାହା ଏପର୍ଯ୍ୟନ୍ତ ସାର୍ବଜନୀନ ହେଲା ନାହିଁ କାହିଁକି? ତେବେ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଥିଲା ବେଳେ ଏ’ ଦିଗରେ କଣ କରିଥିଲେ ବିଶ୍ୱଭୁଷଣ ହରିଚନ୍ଦନ? ଆନ୍ଧ୍ର ରାଜ୍ୟପାଳ ଥାଇ ଓଡ଼ିଶା ଆସୁଥିବା ସମୟରେ କିମ୍ବା ଆନ୍ଧ୍ରପ୍ରଦେଶ ଯାଇ ଓଡ଼ିଶା ବିଜେପିର କେଉଁ ନେତା କୋଟିଆ ପ୍ରସଙ୍ଗରେ ବିଶ୍ୱଭୂଷଣଙ୍କ ସହିତ କେତେଥର ଆଲୋଚନା କରିଛନ୍ତି? ଏ’ସବୁ ଛାଡ଼ନ୍ତୁ, ବିଶ୍ୱଭୂଷଣଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଏବେ ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା। ଦୀର୍ଘଦିନ ହେଲା ସେ ରାଜ୍ୟ ବିଜେପିରେ ବଡ଼ ପଦବୀରେ ଅଧିଷ୍ଠିତ ହୋଇ ରହିଛନ୍ତି। ବିଶ୍ୱଭୁଷଣ ଆନ୍ଧ୍ର ରାଜ୍ୟପାଳ ହେବା ପରେ ପୃଥ୍ବୀରାଜ କେତେଥର ଆନ୍ଧ୍ର ଯାଇ ବାପାଙ୍କୁ ଭେଟିଥିବେ। ବିଶ୍ୱଭୂଷଣ ଓଡ଼ିଶା ଆସିବା ସମୟରେ ମଧ୍ୟ ବାପ – ପୁଅଙ୍କ ଭେଟ ହୋଇଥିବ। ତେବେ, ସେ ଭିତରେ କୋଟିଆ ପ୍ରସଙ୍ଗ ସମାଧାନ ଦିଗରେ ଏମାନେ କ’ଣ ଆଲୋଚନା କରିଛନ୍ତି? ଆଉ କ’ଣ ସବୁ ପଦକ୍ଷେପ ନେଇଛନ୍ତି? ତାହା ମଧ୍ୟ ସ୍ପଷ୍ଟ କରାଯାଉ। ଜବାବ୍ ମାଗୁଛି ଓଡ଼ିଶା।

ବିନା ମେଘରେ ବଜ୍ରପାତ: ଏହା ହୋଇପାରେ ଏମାନଙ୍କ ଶେଷ ଶୁଭେଚ୍ଛା ..!


-/Dev@Drath