Odiapua.com

ନୂଆଁଖାଇ ଜୁହାର୍: ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ‘ନୂଆଁଖାଇ’ ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମ ଓଡ଼ିଶାର ଆରଧ୍ୟା ଦେବୀ ମାଁ’ ସମ୍‌ଲେଇଙ୍କ ଆଶୀର୍ବାଦରେ ମହାନ୍ ପର୍ବ ‘ନୂଆଁଖାଇ’ ସମସ୍ତଙ୍କ ଜୀବନରେ ଓ ପରିବାରରେ ଖୁସି, ଆନନ୍ଦ ଓ ଉଲ୍ଲାସ ଆଣିଦେବା ନେଇ ଧର୍ମେନ୍ଦ୍ର କାମନା କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନୂଆଁଖାଇ ଚାଷଭିତିକ ଏକ ସାମାଜିକ ତଥା ସାଂସ୍କୃତିକ ଗଣପର୍ବ। ଇଷ୍ଟଦେବାଦେବୀ, ମାଁ’- ମାଟିକୁ କୃତଜ୍ଞତା ଏବଂ ପରିବାରରେ ସ୍ନେହ, ସଦିଚ୍ଛା ଏବଂ ସମ୍ମାନ ଆଦାନପ୍ରଦାନ ସହ ଜୀବନକୁ ସୁଖମୟ କରିବାର ଏକ ମହାନ୍ ଏବଂ ଅନନ୍ୟ ପରମ୍ପରା ହେଉଛି ନୂଆଁଖାଇ। ଚାଷଜମିରେ ନୂଆ ଶସ୍ୟକୁ ଦେଖି ଉଲ୍ଲସିତ ହେବା ଏବଂ ନୂଆ ଶସ୍ୟକୁ ପୂଜାର୍ଚ୍ଚନା କରି ଭଗବାନଙ୍କୁ ଅର୍ପଣ କରିବା ପରେ ମାଁ’ ମାଟିକୁ କୃତଜ୍ଞତା ଜଣାଇବାର ଅନନ୍ୟ ପର୍ବ ହେଉଛି ନୂଆଁଖାଇ। ପରିବାର ଏବଂ ବନ୍ଧୁବାନ୍ଧବ ମାନଙ୍କ ସହ ମିଶି ଖାଇବା ଓ ପରେ ନିଜ ପରିବାର ଏବଂ ସମାଜର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରି ଜୁହାର କରିବା – ନୂଆଁଖାଇର ବିଶିଷ୍ଟ ପରମ୍ପରା। ଏହି ପର୍ବର ମହତ୍ ଉଦ୍ଦେଶ୍ୟ ହେଉଛି ନିଜ ପରିବାରରେ ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଦେଇ ପାରିବାରିକ ଓ ସାମାଜିକ ସମ୍ବନ୍ଧକୁ ସୁଦୃଢ କରିବା। ବୈଶ୍ୱିକ ମହାମାରୀ ଯୋଗୁଁ ପଶ୍ଚିମ ଓଡ଼ିଶାର ଲୋକମାନେ ପରସ୍ପର ଭେଟ ନ’ହୋଇ ମଧ୍ୟ ନୂଆଁଖାଇର ଭାବ, ପ୍ରୀତି, ଶ୍ରଦ୍ଧା ଅତୁଟ ରଖିଛନ୍ତି। ବର୍ତ୍ତମାନ କରୋନା ମହାମାରୀର ସଙ୍କଟ ଯାଇନାହିଁ। ତେଣୁ ଆମକୁ ପୂର୍ବଭଳି ସତର୍କ ରହିବାକୁ ପଡ଼ିବ। ନିଜେ ଟିକା ନେବା ସହ ଅନ୍ୟମାନଙ୍କୁ ଟିକା ନେବା ଏବଂ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେବା ନେଇ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ସେହିପରି ଧର୍ମେନ୍ଦ୍ର ସମ୍ବଲପୁରୀ ଭାଷାରେ ଟ୍ୱିଟ କରି ଲେଖିଛନ୍ତି, ନୂଆଁଖାଇ ଜୁହାର୍। ନୂଆଁଖାଇର୍ ଉଧେ ମାଏନ୍‌ତା ଗୁରୁଜନ୍, ମାଁ ବହେନ୍ ଆଉ ଦାଦା – ଭାଏ ମାନକୁଁ ସଭ୍‌କେ “ଜୁହାର୍‌” କରୁଛେଁ। ଆପନ୍ ମାନ୍‌କଁର୍ ଜୀବନ୍ ଥି, ପରିବାର୍ ଥି ସୁଖ, ଶାନ୍ତି ରହୁ ଆଉ ସଭେଁ ନିରାମୟ ଜୀବନ ଜିଉଁନ୍, ଇଟା କାମ୍‌ନା କରୁଛେଁ।
-@Dr