Odiapua.com

ବିହାର ପାଇଁ ବିଜେପିର ଘୋଷଣା ପତ୍ର – ୧୯ ଲକ୍ଷ ଚାକିରୀ ଏବଂ ମାଗଣା କରୋନା ଟିକା

ନୂଆଦିଲ୍ଲୀ ୨୨-୧୦ (ଓଡିଆ ପୁଅ) : ଅକ୍ଟୋବର ୨୮ ରୁ ବିହାରରେ ଆରମ୍ଭ ହେଉଛି ବିଧାନସଭା ନିର୍ବାଚନ। ଏଖିପାଇଁ ସବୁ ଦଳ ଅଣ୍ଚା ଭିଡ଼ି ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି। ଆଜି ବିଜେପି ପକ୍ଷରୁ ନିର୍ବାଚନ ମନିଫେଷ୍ଟୋ ଜାରି କରାଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ମାନିଫେଷ୍ଟୋ ଜାରି କରିଛନ୍ତି। ଏଥିରେ ୧୯ ଲକ୍ଷ ଚାକିରୀ ଏବଂ ରାଜ୍ୟରେ ସମସ୍ତଙ୍କ ପାଇଁ ମାଗଣା କରୋନାଭାଇରସ ଟୀକାକରଣ ପ୍ରତିଶୃତି ଦେଇଛନ୍ତି।

ସହଯୋଗୀ ନୀତୀଶ କୁମାର ଆସନ୍ତା ପାଞ୍ଚ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦଳ କହିଛି।

ବିଜେପିର ଏହି ଘୋଷଣା ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ “୧୦ ଲକ୍ଷ ସରକାରୀ ଚାକିରୀ” ଘୋଷଣାକୁ ପ୍ରତ୍ୟାଖ୍ୟାନ କରିବାର ପ୍ରୟାସ ବୋଲି କୁହାଯାଉଛି।

ତେଜସ୍ୱୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରାଲିରେ, ରାଜ୍ୟରେ ବେରୋଜଗାରୀ ସମସ୍ୟାକୁ ନେଇ ଶାସକ ଦଳ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଉପରେ କଡ଼ା ଆକ୍ରମଣ କରୁଛନ୍ତି।

ନିକଟରେ ହୋଇଥିବା ଦୁଇଟି ସମାବେଶରେ ନୀତୀଶ କୁମାର ତେଜସ୍ୱୀଙ୍କ ଚାକିରି ଦେବାର ପ୍ରତିଶ୍ରୁତି ନେଇ ତାଙ୍କୁ ନିର୍ବୋଧ ଅନଭିଜ୍ଞ ବୋଲି କହିଥିଲେ।

ତେଜସ୍ୱୀଙ୍କ ଯୋଜନା ଏବଂ ପ୍ରତିଶ୍ରୁତିକୁ ଖଣ୍ଡନ କରି ୧୦ ଲକ୍ଷ ଚାକିରି ପାଇଁ ଟଙ୍କା କେଉଁଠୁ ଆସିବ ବୋଲି ପଚାରିଥିଲେ ନୀତୀଶ।

ବିଜେପିର ପ୍ରତିଶୃତି :

– ୧୯ ଲକ୍ଷ ଚାକିରି ସୁଯୋଗ
– ବିହାରରେ ସମସ୍ତଙ୍କ ପାଇଁ ମାଗଣା କୋଭିଡ ଟୀକାକରଣ।
– ୩ ଲକ୍ଷ ନୂତନ ଶିକ୍ଷକ ନିଯୁକ୍ତି।
– ୧୦ ଲକ୍ଷ ଚାକିରି ସୃଷ୍ଟି କରିବା ପାଇଁ ବିହାରକୁ ଏକ ଆଇଟି ହବ୍ କରିବା।
– ଏକ କୋଟି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା।
– ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଲକ୍ଷ ଚାକିରି।
– ୩୦ ଲକ୍ଷ ଲୋକଙ୍କ ପାଇଁ ପକ୍କା ଘର।
– ୯ ଶ୍ରେଣୀର ସମସ୍ତ ଛାତ୍ରମାନଙ୍କ ପାଇଁ ମାଗଣା ଟାବଲେଟ୍।

ସୂଚନାଯୋଗ୍ୟଯେ, ବିହାରରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ନଭେମ୍ବର ୭ ରେ ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଭୋଟ୍ ଗ୍ରହଣ କରାଯିବ। ନଭେମ୍ବର ୧୦ ରେ ରାଜ୍ୟରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।