ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ସବୁବେଳେ ବିବାଦ ଘେରରେ ରହିଆସିଛି। ଆଜି ପର୍ଯ୍ୟନ୍ତ ମଧ୍ୟ ଠିକ ଭାବରେ ଜଣାପଡ଼ିଲା ନାହିଁ ଯେ ନେତାଜୀ ଶେଷରେ କେଉଁଠାରେ ଅଦୃଶ୍ୟ ହୋଇଗଲେ। ନେତାଜୀ ୨୩ ଜାନୁଆରୀ ୧୮୯୭ ମସିହାରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ନେତାଜୀଙ୍କ ମୃତ୍ୟୁ ଭାରତ ଇତିହାସରେ ସବୁଠାରୁ ବଡ଼ ରହସ୍ୟ ହୋଇରହିଛି। ସମୟକ୍ରମେ ତାଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ବିମାନ ଦୁର୍ଘଟଣାରେ ମୃତ୍ୟୁର ସତ୍ୟତା କେତେ –
ତଥ୍ୟ ଅନୁଯାୟୀ, ୧୮, ଅଗଷ୍ଟ ୧୯୪୫ରେ ନେତାଜୀ ଏକ ବିମାନ ଯୋଗେ ତାଇୱାନର ତାଇପେୟୀରୁ ମଞ୍ଚୁରିଆ ଯାଉଥିଲେ ଏବଂ ଏହି ବିମାନ ଯାତ୍ରା ପରେ ସେ ନିଖୋଜ ହୋଇଯାଇଥିଲେ। ଜାପାନର ଏକ ଅନୁଷ୍ଠାନ ସେହି ବର୍ଷ ଅଗଷ୍ଟ ୨୩ ତାରିଖରେ ଖବର ପ୍ରକାଶ କରିଥିଲା ଯେ ନେତାଜୀଙ୍କ ବିମାନ ତାଇୱାନର ତାଇହୋକୁ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ନେତାଜୀ ମୃତ୍ୟୁ ବରଣ କରିଛନ୍ତି। କିନ୍ତୁ, କିଛି ଦିନ ପରେ, ଜାପାନ ସରକାର ନିଜେ ନିଶ୍ଚିତ କରିଥିଲେ ଯେ ୧୮ ଅଗଷ୍ଟ ୧୯୪୫ରେ ତାଇୱାନରେ କୌଣସି ବିମାନ ଦୁର୍ଘଟଣା ଘଟିନଥିଲା।
କେଉଁ ତଥ୍ୟ ପ୍ରକାଶ କରିବାକୁ ଚାହୁଁଥିଲେ ନେହେରୁଙ୍କ ଭଉଣୀ ବିଜୟାଲକ୍ଷ୍ମୀ –
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୮ ଅଗଷ୍ଟ ୧୯୪୫ ମସିହାରେ ତାଇୱାନରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ବୋଲି କୁହାଯାଏ। କିନ୍ତୁ ପ୍ରକୃତରେ ନେତାଜୀ ସେହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ କି ନାହିଁ, ଏହି ରହସ୍ୟର ସମାଧାନ ଆଜି ଯାଏଁ ହୋଇପାରିଲା ନାହିଁ। ଏକଦା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭଉଣୀ ବିଜୟାଲକ୍ଷ୍ମୀ ପଣ୍ଡିତ ଏକ ବିବୃତ୍ତି ଦେବା ପରେ ନେତାଜୀଙ୍କ ମୃତ୍ୟୁ ଘଟଣା ପୁନର୍ଜୀବିତ ହୋଇଥିଲା। ସେ କହିଥିଲେ ଯେ, ତାଙ୍କ ପାଖରେ ଏପରି ଏକ ଖବର ଅଛି ଯାହା ଭାରତରେ ହଇଚଇ ସୃଷ୍ଟି କରିଦେବ। ସମ୍ଭବତଃ ତାହା ସ୍ୱାଧୀନତା ଅପେକ୍ଷା ବଡ଼ ଖବର। କିନ୍ତୁ, ସେତେବେଳେ ନେହେରୁ ତାଙ୍କୁ କିଛି କହିବାକୁ ମନା କରିଦେଇ ଥିଲେ। ବିଜୟାଲକ୍ଷ୍ମୀଙ୍କ ସେହି ମନ୍ତବ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରସଙ୍ଗ ସହ ଯୋଡ଼ି ଦେଖାଯାଇ ଥିଲା। କାରଣ ବିଜୟାଲକ୍ଷ୍ମୀ ସେତେବେଳେ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ ଅବସ୍ଥାପିତ ଥିଲେ। କୁହାଯାଏ ଯେ ବିଜୟାଲକ୍ଷ୍ମୀ ରୁଷରେ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଖିଥିଲେ। ଏପରି ବି କୁହାଯାଏ, ବିଜୟାଲକ୍ଷ୍ମୀ ତତ୍କାଳୀନ ସରକାରଙ୍କୁ ଏହି ସୂଚନା ଦେଇଥିଲେ। କିନ୍ତୁ, ଏ ବାବଦରେ କିଛି କରାଗଲା ନାହିଁ। ଏହାପରେ ରୁଷ ସୈନିକମାନେ ନେତାଜୀଙ୍କୁ ଗିରଫ କରିଥିବା ଏବଂ ସେଠାରେ ଜେଲରେ ଥାଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଖବର ମଧ୍ୟ ଆସିଥିଲା। ସେହିପରି ଭାରତର ସ୍ବାଧୀନତା ପରେ ମଧ୍ୟ ନେତାଜୀ ଅନେକ ଦିନ ଯାଏଁ ବଞ୍ଚି ରହିଥିଲେ ବୋଲି କୁହାଯାଏ। ସେ ଭାରତକୁ ଫେରି ଗୁମନାମ ବାବା ଭାବରେ ଗୁମନାମ ଜୀବନ ବିତାଉଥିଲେ ବୋଲି ମଧ୍ୟ କୁହାଯାଏ।
କ’ଣ ଗୁମନାମ ବାବା ହିଁ ନେତାଜୀ ଥିଲେ –