Odiapua.com

ବଂଶବାଦ ଆଉ ପକ୍ଷପାତ ରାଜନୀତି: ଓଡ଼ିଶାରେ ପ୍ରୋତ୍ସାହନ, ପଶ୍ଚିମବଙ୍ଗରେ ବାରଣ ..

ଭୁବନେଶ୍ୱର/କୋଲକତା: ଓଡ଼ିଶା ବିଜେପିରେ ବଂଶବାଦ, ପକ୍ଷପାତ ରାଜନୀତିକୁ ପ୍ରୋତ୍ସାହନ ଦେଇ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବଂଶବାଦ, ପକ୍ଷପାତ ରାଜନୀତି ବନ୍ଦ୍ କରିବାକୁ ଦଳୀୟ କର୍ମୀଙ୍କୁ ଉପଦେଶ ଦେଇଛନ୍ତି। ନିଜେ ବଂଶବାଦ ରାଜନୀତିରୁ ଆସିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିରେ ଅନେକ ନେତାନେତ୍ରୀ ପୂର୍ବରୁ ବଂଶବାଦ ରାଜନୀତିର ପ୍ରୋତ୍ସାହନରେ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି ବା ଟିକେଟ୍ ପାଇ ଆସୁଛନ୍ତି। ଆଉ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୋତ୍ସାହନରେ ତାହା ଅଧିକ ବଢ଼ିଯାଇଛି। ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋସାମତି କରି ପକ୍ଷପାତିତା ଆଧାରରେ ଅନେକ ନେତାନେତ୍ରୀ ପଦପଦବୀ ପାଇଛନ୍ତି ବା ଟିକେଟ୍ ପାଇ ନିର୍ବାଚନ ଲଢ଼ୁଛନ୍ତି। ଆଉ ଧର୍ମେନ୍ଦ୍ରଙ୍କ ଆକ୍ରୋଶର ଶୀକାର ହୋଇ ଅନେକ ପ୍ରଭାବୀ ନେତା ଅଥବା ନିରବୀ ଯାଇଛନ୍ତି ବା ଦଳ ଛାଡ଼ି ଅନ୍ୟ ଦଳକୁ ଚାଲି ଯାଇଛନ୍ତି। ଓଡ଼ିଶା ବିଜେପିରେ କେଉଁଠି ପତି – ପତ୍ନୀ ଉଭୟ ଟିକେଟ୍ ପାଉଛନ୍ତି ତ’ କେଉଁଠି ପତି ଜିଲ୍ଲା ସଭାପତି ହୋଇ ପତ୍ନୀ ଟିକେଟ୍ ପାଉଛନ୍ତି। କେଉଁଠି ବାପା – ପୁଅ ଗୋଟିଏ ମଞ୍ଚରେ ମଞ୍ଚାସିନ ହୋଇ ବାପା ପରେ ପୁଅ ନିଜକୁ ଉତ୍ତରାଧିକାରୀ ଭାବରେ ଦର୍ଶାଉଛି ତ’ କେଉଁଠି ବାପା ପୁଅକୁ ପ୍ରମୋଟ୍ କରାଉଛନ୍ତି। ଆଉ କେଉଁଠି ଦାଦା ପରେ ଝିଆରୀ ଦାବିଦାର ହୋଇ ବାହାରୁଛି। ଆଉ ଏ’ସବୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୋତ୍ସାହନରେ ହିଁ ହେଉଛି। ଏଣେ ଓଡ଼ିଶାରେ ବଂଶବାଦ ଆଉ ପକ୍ଷପାତ ରାଜନୀତିକୁ ପ୍ରୋତ୍ସାହନ ଦେଉଥିବା ଧର୍ମେନ୍ଦ୍ର ପ୍ରଧାନ ତେଣେ ପଶ୍ଚିମବଙ୍ଗ ଯାଇ ବଂଶବାଦ ଆଉ ପକ୍ଷପାତ ରାଜନୀତିକୁ ବାରଣ କରୁଛନ୍ତି।
-/Dr