ଭୁବନେଶ୍ୱର/ଭଦ୍ରକ: ଚଳିତ ପଞ୍ଚାୟତ ନିର୍ବାଚନରେ ଭଦ୍ରକ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ଭଦ୍ରକରେ ବିଜେପି ଶୁନ୍ ହୋଇ ଯାଇଯାଇଛି। ସମସ୍ତ ୨୮ଟି ଜାକ ଜିଲ୍ଲା ପରିଷଦ ଜୋନ୍ ବିଜେଡି ପୋଛିନେଇଛି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ଜୋନରୁ ୪ଟି ଯାକ ଜୋନ୍ ବିଜେପି ଜିତିଥିଲା। ଏହାପରେ ୨୦୧୯ ସାଧାରଣ ନିର୍ବାଚନରେରେ ଭଦ୍ରକ ଜିଲ୍ଲାରେ ବିଜେପିରୁ ଏକମାତ୍ର ବିଷ୍ଣୁ ଚରଣ ସେଠୀ ଧାମନଗରରୁ ବିଧାୟକ ହେଲେ। ପରେ ପରେ ସେ ବିରୋଧୀ ଦଳ ଉପନେତା ହେଲେ। ତେଣୁ ତାଙ୍କ ଠାରୁ ଆଶା ଅନେକ ଥିଲା। ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ସେ ଜିଲ୍ଲାର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀ ବୁଲି ପ୍ରଚାର କଲେ। କିନ୍ତୁ, କିଛି ମୂଲ୍ୟ ରହିଲା ନାହିଁ। ଓଲଟି ନିଜ ନିର୍ବାଚନ ମଣ୍ଡଳୀରେ ୨୦୧୭ରେ ଜିତିଥିବା ୪ଟିରୁ ୪ଟି ଜାକ ଜିଲ୍ଲା ପରିଷଦ ଆସନ ବିଜେଡି ଛଡ଼ାଇ ନେଲା। ବିଷ୍ଣୁ ସେଠୀଙ୍କୁ ବଡ଼ ଧକ୍କା ଲାଗିଲା। ଅସୁସ୍ଥତା କାରଣରୁ ବିଷ୍ଣୁ ଠିକ୍ ରୂପେ ନିର୍ବାଚନ ପରିଚାଳନା କରି ପାରିଲେନି ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ନିଜ ପୁଅକୁ ପ୍ରମୋଟ୍ କରିବା ଚକ୍କରରେ ବିଷ୍ଣୁ ନିଜ ଗୁରୁତ୍ୱ ହରାଇ ବସିଲେଣି ବୋଲି ଆଲୋଚନା ହେଉଛି।
-/Dr