ନୂଆଦିଲ୍ଲୀ: ତୃଣମୂଳ ସ୍ତରରେ ମହିଳା ରାଜନୀତିକ ନେତୃବୃନ୍ଦଙ୍କ ନେତୃତ୍ୱ ଦକ୍ଷତାରେ ଉନ୍ନତି ଘଟାଇବା ନିମନ୍ତେ, ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ମହିଳା ପ୍ରତିନିଧି, ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ସଂସଦ ସଦସ୍ୟ ଏବଂ ରାଷ୍ଟ୍ରୀୟ/ ରାଜ୍ୟ ରାଜନୈତିକ ଦଳର ପଦାଧିକାରୀଙ୍କ ସମେତ ରାଜନୈତିକ କର୍ମକର୍ତାଙ୍କ ଭଳି ସବୁ ସ୍ତରରେ ମହିଳା ପ୍ରତିନିଧିତ୍ୱ ନିମନ୍ତେ ଏକ ଅଖିଳ ଭାରତୀୟ (ପାନ୍ ଇଣ୍ଡିଆ) ସାମର୍ଥ୍ୟ ନିର୍ମାଣ କାର୍ଯ୍ୟକ୍ରମ ‘ସେ ଜଣେ ପରିବର୍ତ୍ତନନକାରୀ’ ବା ‘ସି ଇଜ୍ ଏ ଚେଞ୍ଜ୍ମେକର’ ଆରମ୍ଭ ହୋଇଛି। ସାମର୍ଥ୍ୟ ନିର୍ମାଣ କାର୍ଯ୍ୟକ୍ରମ ଅଞ୍ଚଳ ଭିତିକ ପ୍ରଶିକ୍ଷଣ ସଂସ୍ଥା ଗୁଡିକର ସହଯୋଗରେ କରାଯିବ, ଯାହାର ଉଦ୍ଦେଶ୍ୟ ମହିଳା ରାଜନେତା ମାନଙ୍କ ସାମର୍ଥ୍ୟ ନିର୍ମାଣ କରିବା ଏବଂ ସେମାନଙ୍କର ନିଷ୍ପତି ନେବା କ୍ଷେତ୍ରରେ ଦକ୍ଷତାର ଉନ୍ନତି ଘଟାଇବା ଏବଂ ସେମାନଙ୍କର ଯୋଗାଯୋଗ ଦକ୍ଷତା, ଯେଉଁଥିରେ ଭାଷଣ, ଲେଖନ ଇତ୍ୟାଦି ଅନ୍ତର୍ଭୁକ୍ତ, ସେଥିରେ ପରିବର୍ତ୍ତନ କରିବା ଇତ୍ୟାଦି ରହିବ। ମହାରାଷ୍ଟ୍ରର ଥାନେ ସ୍ଥିତ ରାମଭାଉମାଲଗି ପ୍ରବୋଧିନୀ ସହିତ ସହଯୋଗ ଭିତ୍ତିରେ ଆଜି ‘ସି ଇଜ୍ ଏ ଚେଞ୍ଜ୍ ମେକର’ର ଶୃଙ୍ଖଳା ଅନୁସାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅଧିକାରିକ ଶୁଭାରମ୍ଭ କରାଯାଇଛି। ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ୭ ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ତିନିଦିନିଆ ସାମର୍ଥ୍ୟ ନିର୍ମାଣ କାର୍ଯ୍ୟକ୍ରମ ‘ନଗର ନିଗମରେ ମହିଳା’ର ଆୟୋଜନ କରାଯାଇଛି।
-/DevDr