Odiapua.com

ନବୀନ ପଟ୍ଟନାୟକ ଦେଶର ସର୍ବଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ; ଆଉ ସର୍ବନିମ୍ନ କିଏ ..

ଭୁବନେଶ୍ୱର: ସି- ଭୋଟର ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟତାରେ ୬୫% ସମର୍ଥନ ପ୍ରାପ୍ତ କରିଛନ୍ତି। ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ ହୋଇଛନ୍ତି। ଅନୁସନ୍ଧାନକାରୀ ସଂସ୍ଥା ସି- ଭୋଟର “ସର୍ବ ବୃହତ, ନିଶ୍ଚିତ ତଥା ସ୍ଵାଧୀନ ସର୍ବେକ୍ଷଣ” ଷ୍ଟେଟ୍ ଅଫ୍ ଦି ନେସନ୍- ୨୦୨୦: ମଇ ନାମକ ଏକ ସର୍ଭେ କରିଥିଲେ। ଦେଶର ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ୩୦୦୦ରୁ ଅଧିକ ଲୋକଙ୍କ ପ୍ରତିକ୍ରିୟା ଏଥିରେ ଗ୍ରହଣ କରାଯାଇଥିଲା।

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ୮୨.୯୬% ରେଟିଂ ସହିତ ସର୍ବାଗ୍ରେ ଅଛନ୍ତି। ଏହାପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ୮୧.୦୬ % ରେଟିଂରେ ଦୂତୀୟ ସ୍ଥାନରେ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ୮୦.୨୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ୭୮.୦୧ ପ୍ରତିଶତ ମତ ସହିତ ଚତୁର୍ଥ ସ୍ଥାନରେ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୭୬.୫୨% ମତ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି। ସେହିପରି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୭୪.୧୮ ପ୍ରତିଶତ, ହିମାଚଳ ପ୍ରଦେଶ
ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ୭୩.୯୬% ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଡିୟୁରପ୍ପା ୬୭.୨୧ ପ୍ରତିଶତ ମତ ପାଇଛନ୍ତି।

ସର୍ବନିମ୍ନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ମାତ୍ର ୪.୪୭ ପ୍ରତିଶତ ମତ ପାଇଛନ୍ତି। ତାଙ୍କ ଉପରକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ୧୭.୭୨ ପ୍ରତିଶତ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ୨୭.୫୧ ପ୍ରତିଶତ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୩୦.୪୦ ପ୍ରତିଶତ ହାରରେ ଅଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପାଲାନିସ୍ୱାମୀ ୪୧.୨୮ ପ୍ରତିଶତ ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱତ ୪୨. ୭୯ ପ୍ରତିଶତ ମତ ପାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୨.୦୬ ପ୍ରତିଶତ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ୫୪.୨୨ ପ୍ରତିଶତ ସମର୍ଥନ ପାଇଛନ୍ତି। /-ଦେବଦତ୍ତ ରଥ

ମୋଦୀଙ୍କ ଲୋକ ପ୍ରିୟତା ଅକ୍ଷୁର୍ଣ୍ଣ: ଦେଶରେ ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ; ମୋଦିଙ୍କ ସମର୍ଥନରେ ଓଡ଼ିଶା ଆଗୁଆ