Odiapua.com

ଜାମ୍ମୁ – କାଶ୍ମୀର : ମହବୁବା ମୁଫ୍ତୀ ଏବଂ ଉମର ଅବଦୁଲ୍ଲା ଗିରଫ

ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଅନୁଚ୍ଛେଦ ୩୭୦ର ଖିଲାପ କରିବା ଏବଂ ଜାମ୍ମୁ-କାଶ୍ମୀିର ପୁର୍ନଗଠନ ବିଧେୟକ ରାଜ୍ୟସଭାରେ ପାଶ୍ ହେବା ପରେ ସୋମବାରଦିନ ସଂଧ୍ୟାରେ ଜାମ୍ମୁ – କାଶ୍ମୀରର ପୂର୍ବତନ ଦୁଇ ମୁଖ୍ୟମନ୍ତ୍ରୀ ମହବୂବା ମୁଫ୍ତୀ ଏବଂ ଉମର ଅବଦୁଲ୍ଲାଙ୍କୁ ଗିରଫ କରାଯାଇଛି। ତାଙ୍କୁ। ଗେଷ୍ଟ ହାଉସରେ ରଖାଯାଇଛି। ରବିବାରଦିନ ସେମାନଙ୍କୁ ନଜରବନ୍ଦୀ କରାଯାଇଥିଲା।

ସୂଚନାଯୋଗ୍ୟଯେ, ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ପ୍ରଶାସନ ତରଫରୁ ରାତି ଅଧରୁ ଧାରା ୧୪୪ ଲାଗୁ କରାଯାଇଥିଲା। ଶ୍ରୀନଗରରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି। ୫ ଅଗଷ୍ଟ ସୋମବାର ଠାରୁ ଧାରା ୧୪୪ ଲାଗୁ କରାଯାଇଥିଲା। ଆସନ୍ତା ଆଦେଶ ପର୍ଯ୍ୟନ୍ତ ଏହା ଲାଗୁ ରହିବ।

ଏହି ସମୟରେ ଜନତାଙ୍କର କୌଣସି ଆନ୍ଦୋଳନ କିମ୍ବା ପବ୍ଲିକ୍ ମିଟିଂ ହେବ ନାହିଁ।

ଜାମ୍ମୁ, ଉଦ୍ଧମପୁର, ରିୟାସୀ, କଥୁଆରେ ସମସ୍ତ ଶିକ୍ଷାନୁଷ୍ଠାନ ସ୍କୁଲ, କଲେଜ୍ ମଧ୍ୟ ବନ୍ଦ ରହିବ। ଆଦେଶର ସଞ୍ଚାଳନର ଅବଧି ସମୟରେ କୌଣସି ଜନସଭା କିମ୍ବା ରାଲି ଆୟୋଜିତ କରିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଯାଇଛି।

କାଶ୍ମୀରରେ ମୋବାଇଲ ଇଣ୍ଟରନେଟ ସେବା ଆଂଶିକ ରୂପରେ ବନ୍ଦ କରିଦିଆଯାଇଛି।

ସେହିପରି ସାବଧାନତା ଦୃଷ୍ଟିରୁ ଜାମ୍ମୁରେ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ୍ ଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ପ୍ରଶାସନ ତରଫରୁ ଜାମ୍ମୁର ଡେପୁଟି କମିଶନର ସୁଷମା ଚୌହାନ ଏହି ଘୋଷଣା କରିଛନ୍ତି। ଉଦ୍ଧମପୁରରେ ମଧ୍ୟ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ୍ ଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।