ଦୁନିଆରେ ଭାଇ ସବୁତ ମିଳିବେ
ମା’ ତ ମିଳିବ ନାହିଁ,
ପୁଅ ଝିଅ ପାଇଁ ଆଉ କିଏ କୁହ
ଯାତନା ପାରିବ ସହି?
ଦୁଃଖର ଯାତନା ସହି ସହି ସିନା
ଛୋଟରୁ ବଡ଼ ସେ କଲା,
ନିଜ ଜୀବନକୁ ତୁଛ ମଣି ସିଏ
ନିଜେ ଦୁଃଖ ବରିନେଲା।
ଦେହ ଯଦି କେବେ ଅସୁସ୍ଥ ହୋଇବ
ଜଗିବ ସେ ଦିନ ରାତି,
ଖିଆପିଆ ଭୁଲି ବସିଥାଏ ଜଗି
ଅନିଦ୍ରା ହୋଇ ସେ ରାତି।
ସେଇ ମା’ ସିନା ଦେଇଚି ଜନମ
ସହି କେତେ ଦୁଃଖ କଷ୍ଟ,
ମା’ ପରି କିଏ ଅଛି ଏ’ ସଂସାରେ
ପ୍ରତିଦାନ ତା’ର ରଖ।
– ସିପିକା ବାରିକ
ସୁଗୋ, କାଞ୍ଜିଖିଆ- ୭୫୬୧୨୪
ବାସୁଦେବପୁର, ଭଦ୍ରକ