Odiapua.com

ଲଘୁଚାପ ପ୍ରଭାବ – ଏହି ଜିଲ୍ଲାଗୁଡ଼ିକୁ ୱେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ସର୍କ୍ୟୁଲେସନ ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରବାବରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ଜିଲ୍ଲାଗୁଡ଼ିକରେ ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହା ବ୍ୟତୀତ ଦକ୍ଷୀଣ ଏବଂ ଉତ୍ତର ଉପକୂଶଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡଘଡି ହେବାର ସମ୍ଭାବନା ରହିଛି।

ଆସନ୍ତା କାଲି ଆସନ୍ତା କାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡଘଡି ହେବାର ସମ୍ଭାବନା ରହିଛି।