Odiapua.com

ଶିକ୍ଷକ ସମାଜକୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: କୋଭିଡ୍ ହସ୍ପିଟାଲ, ରେଲୱ୍ୱେ ଷ୍ଟେସନ, ଓଡ଼ିଶାର ସୀମାନ୍ତ ଅଞ୍ଚଳରେ, ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ ଗାଁ’ ଗାଁ’ ବୁଲି କୋଭିଡ୍ ଟ୍ରେସିଂ ଆଦି କାର୍ଯ୍ୟରେ ରାଜ୍ୟ ସରକାର ଶିକ୍ଷକ ମାନଙ୍କୁ ନିଯୁକ୍ତି କରିଛନ୍ତି। ପଦ୍ମପୁର ତଥା ବରଗଡ଼ ଜିଲ୍ଲାର ପାଖାପାଖି ୪୦ ଜଣ ଶିକ୍ଷକ କରୋରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେଣି। ତେଣୁ ଶିକ୍ଷକ ସମାଜକୁ ରାଜ୍ୟ ସରକାର କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରନ୍ତୁ ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି। ଏ’ନେଇ ପ୍ରଦୀପ ପୁରୋହିତ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଦାବୀ ଉପସ୍ଥାପନ କରିଛନ୍ତି। ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ବିଚାର କରୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି। ତୁରନ୍ତ ଶିକ୍ଷକ ସମାଜକୁ କରୋନା ଯୋଦ୍ଧାର ମାନ୍ୟତା ଦେବା ସହ ମୃତ୍ୟୁ ବରଣ କରିଥିବା ଶିକ୍ଷକ ମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତୁ ବୋଲି ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି।