Odiapua.com

ବିଜେପି ପକ୍ଷରୁ ଖୋର୍ଦ୍ଧା ବ୍ଲକ ଘେରାଉ

ଖୋର୍ଦ୍ଧା;୦୫,ନଭେମ୍ବର:ବିଜେଡି ଶାସନ ସମୟରେ ପିସି କାରବାର,ଦୁର୍ନୀତି,ଭ୍ରଷ୍ଟାଚାର,ବ୍ୟଭିଚାର,ଗୁଣ୍ଡାରାଜ,ଗଣଦୁଷ୍କର୍ମ ଏବଂ ପ୍ରିୟାପ୍ରୀତି ତୋଷଣ ବିରୋଧରେ ୦୫ ତାରିଖ ଦିନ ଖୋର୍ଦ୍ଧା ସଦର ବ୍ଲକ ଘେରାଉ ହୋଇଛି।ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁବାସ ଜେନା, ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ ପଟ୍ଟନାୟକ, ସନ୍ତୋଷ ଜେନା,ସୁବାସ ଗନ୍ତାୟତ,କାଳୁ ବଳିୟାରସିଂହ,ବିଭୁ ପ୍ରସାଦ ସାହୁ,ଦିଲ୍ଲୀପ କୁମାର ହୋତା,ରମାକାନ୍ତ ଜେନା,ଶେଖ କବିର,ଶତ୍ରୁଘ୍ନ ପରିଡ଼ା,ମନସୁର ଅଲ୍ଲୀ ଖାନ,ଅବକାଶ ମହାନ୍ତି,କିଶୋର ମାର୍ଥା,ରଶ୍ମୀରାଣୀ ମିଶ୍ର,ମିନା କୁମାରୀ ଦାସ ଏବଂ ସୁଷମା ପ୍ରଧାନଙ୍କ ସମେତ ଖୋର୍ଦ୍ଧା ବ୍ଲକର ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।/ଦେବଦତ୍ତ