ଭୁବନେଶ୍ୱର: କେଶରୀୟା ହିନ୍ଦୁ ପରିଷଦ, ଭାରତର ଦ୍ୱିତୀୟ ସାଙ୍ଗଠନିକ ବୈଠକ ଭୁବନେଶ୍ୱର ସ୍ଥିତ ହୋଟେଲ ଆତିଥ୍ୟରେ ଅନୁଷ୍ଠିତ ଯୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମୁରଲୀ ଶର୍ମା, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ଶତପଥୀ ଯୋଗ ଦେଇଥିଲେ। ଏହି ଅବସରରେ ପରିଷଦର ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା ରାଜ୍ୟ ସଭାପତି ଭାବେ ସୁନୀଲ କୁମାର ସାହୁଙ୍କ ନାମ ଘୋଷଣା କରିଥିଲେ। ଏହା ସହ ରାଜ୍ୟ କମିଟି ମଧ୍ୟ ଘୋଷଣା କରାଯାଇଥିଲା। ରାଜ୍ୟ ଉପଦେଷ୍ଟା ଭାବରେ ଅଭିମନ୍ୟୁ ଶତପଥି, ଉପାଧ୍ୟକ୍ଷ ଭାବରେ ପ୍ରଦୀପ ପ୍ରଧାନ, ସାଧାରଣ ସମ୍ପାଦକ ଭାବରେ ଆଶୁତୋଷ ଦାସ ଏବଂ ରାଜ୍ୟ ସମ୍ପାଦକ ଭାବରେ ବିଭୁତି ଭୂଷଣ ବେହେରା, ରାଜୀବ ଲୋଚନ ପୃଷ୍ଟି ଏବଂ ଚିତ୍ତ ରଞ୍ଜନ (ବୁଲୁ) ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଥିଲା। ସେହିପରି ମହିଳା ବାହିନୀ ସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକ ରାଜ୍ୟ କମିଟିର ସାଧାରଣ ସମ୍ପାଦିକା ଭାବେ ଅଞ୍ଜଳି ଦୀପ, ଉପ ସଭାନେତ୍ରୀ ଭାବେ ପୁଷ୍ପାଞ୍ଜଳି ଜେନା, ସମ୍ପାଦିକା ଭାବେ ସଂଘମିତ୍ରା ପଣ୍ଡା ଏବଂ ସ୍ୱପ୍ନା ଖଣ୍ଡେଇଙ୍କ ନାମ ଘୋଷଣା କରିଥିଲେ। ଏହା ସହିତ ୧୦ଟି ଜିଲ୍ଲା ସଭାନେତ୍ରୀଙ୍କ ନାମ ଘୋଷଣା କରା ଯାଇଥିଲା। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ପୁଷ୍ପିତା ସୁନ୍ଦରାୟ, ଢେଙ୍କାନାଳ ଅନୁସୟା ବେହେରା, ଅନୁଗୁଳ ସୌଭାଗିନୀ ପ୍ରଧାନ, କେଉଁଝର ଝରଣା ମହାନ୍ତ, ସମ୍ବଲପୁର ବିଦ୍ୟୁତପ୍ରଭା ଯୋଶୀ, ଖୋର୍ଦ୍ଧା ସ୍ମୃତି ଛୋଟରାୟ ଏବଂ ଝାରଶୁଗୁଡ଼ା ସଭାନେତ୍ରୀ ଭାବରେ ଟିକିନା ଧଳ ପ୍ରମୁଖଙ୍କ ନାମ ଘୋଷଣା ହୋଇଥିଲା।
-/Dr