Odiapua.com

ଆରଏସଏସ ଅଧିକାରୀଙ୍କ ହତ୍ୟାକାରୀ ଦୁଇ ଆତଙ୍କି ନିପାତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଡୋଡାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥି ସହିତ ଏହି ଏନକାଉଣ୍ଟରରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ନିହତ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହିଜବୁଲ ମୁଜାହିଦ୍ଦିନ (ଏଚଏମ)ର ଶୀର୍ଷ କମାଣ୍ଡର ତାହିର ଅହମ୍ମଦ ଭଟ୍ଟ ରହିଛି। ଜାନୁଆରୀରେ ହିଜବୁଲ ଆତଙ୍କବାଦୀ ହାରୁନର ହତ୍ୟା ପରଠାରୁ ତାହିରକୁ କାଶ୍ମୀର ଉପତ୍ୟକାରେ ସମସ୍ତ ହିଜବୁଲ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନିଯୁକ୍ତ କରଯାଇଥିଲା।

ପୁଲୱାମା ନିବାସୀ ହିଜବୁଲ ମୁଜାହିଦ୍ଦିନ (ଏଚଏମ)ର ବରିଷ୍ଠ କମାଣ୍ଡର ତାହିର ଭଟ୍ଟ ଡୋଡାର ଖୋଟରା ଗ୍ରାମରେ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ, ସେନା, ସିଆରପିଏଫ ଏବଂ ଏସଏସବି ମିଳିତ ଅପରେସନ୍ କରି ଅଞ୍ଚଳକୁ ଘେରି ଯାଇଥିଲେ। ଏହା ପରେ ସୁରକ୍ଷା ବାହିନୀ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ, କିନ୍ତୁ ଏକ ଘରେ ଲୁଚି ରହିଥିବା ଆତଙ୍କବାଦୀ ସେନା ଓ ପୋଲିସର ମିଳିତ ଟିମ୍ ଉପରେ ଅଚାନକ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ୫ ଘଣ୍ଟାର ଏନକାଉଣ୍ଟର ପରେ ଆତଙ୍କବାଦୀ ତାହିର ଅହମ୍ମଦ ଭଟ୍ଟ ଏବଂ ତାର ଜଣେ ସହଯୋଗୀ ନିହତ ହୋଇଛନ୍ତି। ତେବେ, ଏହି ଏନକାଉଣ୍ଟରରେ ସେନାର ଜଣେ ଜବାନ ଲାନ୍ସ ନାୟକ ରାଜ ସିଂ ଗୁରୁତର ଆହତ ହୋଇଥିଲେ ଏବଂ ପରେ ଡାକ୍ତରଖାନାରେ ସେ ମୃତ୍ୟୁ ବରଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୦୧୯ରେ ଆରଏସଏସ ଅଧିକାରୀ ଚନ୍ଦ୍ରକାନ୍ତ ଶର୍ମା ଏବଂ ତାଙ୍କ ଦେହରକ୍ଷୀ (ପିଏସଓ) ରାଜେନ୍ଦ୍ର କୁମାରଙ୍କୁ ହତ୍ୟା କରି ତାଙ୍କଠାରୁ ଏକେ- ୪୭ ରାଇଫଲ ଲୁଟ୍ କରିବା ଘଟଣାରେ ତାହିର ଭଟ୍ଟ ସମ୍ପୃକ୍ତ ଥିଲା। ସେ ଗତ ବର୍ଷ ହିଜବୁଲରେ ଯୋଗ ଦେଇଥିଲା। ଏହା ବ୍ୟତୀତ, ମାର୍ଚ୍ଚ ୨୦୧୯ରେ ବାନିହାଲର ସିଆରପିଏଫ କନଭେନ ନିକଟରେ ବିସ୍ଫୋରଣ ଘଟଣାରେ ବ୍ୟବହୃତ ଏଲଇଡି ତାହିର ଭଟ୍ଟ ପ୍ରସ୍ତୁତ କରିଥିଲା। ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ଏପ୍ରିଲ ୨୦୧୯ରେ ଲୁଟ୍ ହୋଇଥିବା ଏକେ- ୪୭ ରାଇଫଲ ଏବଂ ମ୍ୟାଗଜିନ୍ ଜବତ କରିଛି। ନିହତ ଆତଙ୍କବାଦୀଙ୍କୁ ସେମାନଙ୍କ ମୁଖିଆଙ୍କ ତରଫରୁ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା, ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ସହ ଶାନ୍ତିପୂର୍ଣ୍ଣ ବାତାବରଣ ଭଙ୍ଗ କରିବା ପାଇଁ ଏବଂ ଉପତ୍ୟକାର କିଛି ସମ୍ବେଦନଶୀଳ ଅଞ୍ଚଳରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। /-ଦେବଦତ୍ତ ରଥ

ମୋଦୀଙ୍କ ଉପରେ ଆଫ୍ରିଦିଙ୍କ ବିବାଦୀୟ ଟିପ୍ପଣୀ; ଗମ୍ଭୀରଙ୍କ ଜବାବ୍: ବାଂଲାଦେଶ ମନେ ଅଛି ତ ..