Odiapua.com

ଦେଶରେ ୯୦, ୮୦୨ ନୂଆ କରୋନା ଆକ୍ରାନ୍ତ, ୧, ୦୧୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୧, ୬୪୨ କୁ ବୃଦ୍ଧି

ନୂଆ ଦିଲ୍ଲୀ ୦୭-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୦, ୮୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୧୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨, ୦୪, ୬୧୪ କୁ ବୃଦ୍ଧି ପାଇଛି ଓ ୮, ୮୨, ୫୪୨ ସକ୍ରୀୟ ଥିବାବେଳେ ଏବଂ ୩୨, ୫୦, ୪୨୯ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୧, ୬୪୨ କୁ ବୃଦ୍ଧି ପାଇଛି।