Odiapua.com

ଭାରତୀୟ ଡ୍ୟାନ୍ସ ଗ୍ରୁପ ‘ଦ କିଙ୍ଗ୍ସ’କୁ ବିଶ୍ୱ କଲା ପ୍ରଶଂସା: ଜିତିଲା ଆମେରିକାନ ରିୟଲିଟୀ ଶୋ- ମିଳିଲା ୭ କୋଟି ଟଙ୍କା

ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ଭାରତୀୟ ଡ୍ୟାନ୍ସ ଗ୍ରୁପ ‘ଦ କିଂଗ୍ସ’ ବିଦେଶରେ ଦେଶର ନାମ ଉଚ୍ଚା କରି ଦେଖାଇଛି। ‘ଦ କିଂଗ୍ସ’ ଆମେରିକାନ ରିୟଲିଟୀ ଶୋ ‘ୱାର୍ଲ୍ଡ ଅଫ ଡ୍ୟାନ୍ସ’ରେ ବିଜୟ ଲାଭ କରିଛି। ଏହି ପ୍ରତିଯୋଗିତାରେ ତାଙ୍କୁ ୧ ମିଲିୟନ ଡଲାର ଅର୍ଥାତ୍ ପ୍ରାୟତଃ ୭ କୋଟି ଟଙ୍କା ମିଳିଛି। ଗତ ୫ ମଇରେ ଏହି ଶୋର ଫାଇନାଲ୍ ରଖାଯାଇଥିଲା। ଶୋ ଜୀତିବା ପରେ ଗ୍ରୁପ ସମଗ୍ର ଦେଶ ଏବଂ ପ୍ରବାସୀ ଭାରତୀୟମାନେ ବଧେଇ ଜଣାଇଛନ୍ତି।

‘ଦ କିଂଗ୍ସ’ ବ୍ୟତୀତ କାନାଡିଆନ ଡ୍ୟାନ୍ସର୍ସ ବ୍ରାୟର ନୋଲେଟ, ଭଉଣୀ ଏଲୀ ଏବଂ ଈବା, ଫିଲିପାଇନ୍ସର ହିପ-ହପ ଡ୍ୟାନ୍ସ ଗ୍ରୁଂପ ବିପିପଜ୍ ଏବଂ ଲସ ଏନ୍ଜେଲ୍ସ ରେ ୟୁନିଟୀ (ସଦର୍ଣ୍ଣ କାଲିଫର୍ଣ୍ଣିଆର ୧୦ ସଦସ୍ୟ ଡ୍ୟାନ୍ସ ଗ୍ରୁପ) ଫାଇନାଲରେ ଥିଲେ। ‘ୱାର୍ଲ୍ଡ ଅଫ ଡ୍ୟାନ୍ସ’ ରିୟଲିଟି ଶୋ ଏହି ବର୍ଷ ୨୬ ଫେବ୍ରୁଆରୀରେ ଆରମ୍ଭ ହୋଇଥିଲା। ଏନବିସିରେ ଏହି ଶୋର ପ୍ରସାରଣ କରାଯାଉଥିଲା।

https://www.youtube.com/watch?time_continue=10&v=vweyQrGMEAk

‘ଦ କିଂଗ୍ସ’ ଡ୍ୟାନ୍ସ ଗ୍ରୁପ ନିଜର ପରଫର୍ମେନ୍ସରେ ଶୋର ଜଜ ଡେରେକ ହୌଘ, ନେୟୋ ଏବଂ ଜେନିଫର ଲୋପେଜଙ୍କୁ ବହୁତ ପ୍ରଭାବିତ କରିଥିଲେ ଏବଂ ଫାଇନାଲରେ ବିଜୟଲାଭ କରି ନିଜର ନାମ ରେକର୍ଡ଼ କରିଥିଲେ। ମୁମ୍ବାଇ ର ‘ଦ କିଂଗ୍ସ’ ଡ୍ୟାନ୍ସ ଗ୍ରୁପରେ ୧୪ଜଣ ସଦସ୍ୟ ଅଛନ୍ତି, ସେମାନଙ୍କର ବୟସ ୧୭ ରୁ ୨୭ ବର୍ଷ ମଧ୍ୟରେ ଅଟେ। ଏହି ଗ୍ରୁପ ବଲିଉଡ଼୍ ହିପ-ହପ ଡ୍ୟାନ୍ସରେ ମାହିର ଅଟେ। ବର୍ଷ ୨୦୦୮ ରେ ସେମାନେ ନିଜର ଯାତ୍ରା ଆରମ୍ଭ କରିଥିଲେ।

ବୋଧହୁଏ ଆପଣଙ୍କର ଏହିକଥା ମନେ ଥିବ କି ନଥିବ କି ଏହୀ ଗ୍ରୁପ ରିୟଲିଟୀ ଶୋ ‘ଇଣ୍ଡିଆସ୍ ଗଟ ଟ୍ୟାଲେଣ୍ଟ’ର ତୃତୀୟ ସିଜନର ୱିନର ଥିଲେ। ବର୍ଷ ୨୦୧୫ ରେ ୱାର୍ଲ୍ଡ ହିପ-ହପ ଡ୍ୟାନ୍ସ ଚମ୍ପିଆନ୍ ସିପରେ ‘ଦ କିଂଗ୍ସ’ ତୃତୀୟ ସ୍ଥାନରେ ଥିଲା। କୁହାଯାଉଛିଯେ, କି ବୁଧବାର ଦିନ ଏହି ଗ୍ରୁପ ଦେଶ କୁ ଫେରିବ। ମୁମ୍ବାଇର ସ୍ଥାନୀୟ ଡାନ୍ସିଙ୍ଗ ଗ୍ରୁପ୍ସ ବିଜେତାମାନଙ୍କର ସ୍ଵାଗତ ପାଇଁ ପ୍ରସ୍ତୁତି କରୁଛନ୍ତି।

https://twitter.com/odiapuanews/status/1126042323488346112