Odiapua.com

India Vs AUs ଭାରତକୁ ପ୍ରଥମ ଝଟକା – ରୋହିତ ୨୬ ରେ ଆଉଟ୍, ଭାରତ ୨୮ ଓଭରରେ ୭୫

ନୂଆ ଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ତୃତୀୟ ଟେଷ୍ଟ ମ୍ୟାଚ୍। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୩୩୮ ରନରେ ସୀମିତ ହୋଇଛି। ଆଜି ବି ବର୍ଷା ହେତୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଟି ବ୍ରେକ ପ୍ରର୍ଯ‌୍ୟନ୍ତ ଭାରତ ୨୬ ଓଭରରେ ୨୬ ଟି ରନ୍ ସଂଗ୍ରହ କରିଥିଲା। ରୋହିତ ଶର୍ମା (୧୧) ଏବଂ ଶୁଭମାନ ଗିଲ (୧୪) ରନ୍ ସଂଗ୍ରହ କରି କ୍ରିଜରେ ଥିଲେ ଏବଂ ଟିମ୍ ଇଣ୍ଡିଆ ୩୧୨ ରନ୍ ପଛରେ ଥିଲା। କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ ଭାରତ ୨୬.୬ ଓଭରରେ ଗୋଟିଏ ୱିକେଟ ହରାଇ ୭୦ ରନ୍ ସଂଗ୍ରହ କରିଥିଲା। ରୋହିତଙ୍କ ପରେ ଏବେ ଚେତେଶ୍ୱର ପୁଜାରା ବ୍ୟାଟିଂ କରିଛନ୍ତି। ଶୁଭମନ ଗିଲ୍ ୪୩ ରନ କରି କ୍ରିଜରେ ଅଛନ୍ତି। ରୋହିତ ୨୬ ରନ କରି ଆଉଟ ହୋଇଛନ୍ତି।

ରବିନ୍ଦ୍ର ଜାଡେଜା (୬୨-୪) ସଫଳ ବୋଲିଂ ଫଳରେ ଭାରତ ଅଷ୍ଟ୍ରେଲିଆର ପ୍ରଥମ ଇନିଂସକୁ ୩୩୮ ରନ୍ ରେ ସୀମିତ ରଖିପାରିଥିଲେ। ଅଷ୍ଟ୍ରେଲିଆ ୧୦୫.୪ ଓଭରର ସମ୍ମୁଖୀନ ହୋଇଥିଲା। ଅଷ୍ଟ୍ରେଲିଆ ପାଇଁ ଷ୍ଟିଭ୍ ସ୍ମିଥ୍ ୧୩୧ ରନ୍ ସଂଗ୍ରହ କରିଥିବାବେଳେ ମାର୍ନୁସ୍ ଲାବୁଶାଇନ୍ ୯୧ ରନ୍ ସଂଗ୍ରହ କରିଥିଲେ।

ମ୍ୟାଚର ପ୍ରଥମ ଦିନରେ ଡେବୁମ୍ୟାନ ୱିଲ ପୁକୋସ୍କି ୬୨ ସ୍କୋର କରିଥିଲେ। ଭାରତ ପାଇଁ ଜାଡେଜାଙ୍କ ବ୍ୟତୀତ ଜସପ୍ରୀତ ବୁମ୍ରା ଏବଂ ନବଦୀପ ସୈନି ଦୁଇ ଦୁଇଟି ୱିକେଟ ହାସଲ କରିଥିବାବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ପାଇଛନ୍ତି।