Odiapua.com

ଭାରତରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ନିରବଚ୍ଛିନ୍ନ ଭାବେ ହ୍ରାସ ଘଟିଚାଲିବା ପରେ ଶିଶୁ ମୃତ୍ୟୁ ହାର (ଆଇଏମଆର), ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମୃତ୍ୟୁ ହାର (ୟୁ୫ଏମଆର) ଏବଂ ନବଜାତ ମୃତ୍ୟୁ ହାର (ଏନଏମଆର)ରେ ଆହୁରି ହ୍ରାସ ଘଟିଛି।

କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ, ମଜଭୁତ କେନ୍ଦ୍ର-ରାଜ୍ୟ ସହଭାଗୀତା ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସମର୍ପଣ ମନୋଭାବ ସହିତ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଶିଶୁ ମୃତ୍ୟୁ ହାରରେ ଏସଡିଜି ୨୦୩୦ ଲକ୍ଷ୍ୟ ହାସଲ କରିବା ସକାଶେ ପ୍ରସ୍ତୁତ: ଡକ୍ଟର ମନସୁଖ ମାଣ୍ଡବ୍ୟ

ଭାରତକୁ ଶିଶୁ ମୃତ୍ୟୁ ହାରକୁ ଆହୁରି ହ୍ରାସ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି  ପ୍ରାପ୍ତ ହୋଇଛି। ରେଜିଷ୍ଟ୍ରାର୍‌ ଜେନେରାଲ ଅଫ୍‌ ଇଣ୍ଡିଆ (ଆରଜିଆଇ) ଦ୍ୱାରା ସେପ୍ଟେମ୍ବର ୨୨, ୨୦୨୨ ତାରିଖ ଦିନ ଜାରି କରାଯାଇଥିବା ନମୁନା ପଂଜୀକରଣ ପ୍ରଣାଳୀ (ଏସଆରଏସ) ସାଂଖ୍ୟିକ ରିପୋର୍ଟ ୨୦୨୦ ଅନୁସାରେ ଦେଶରେ ୨୦୧୪ଠାରୁ ଆଇଏମଆର, ୟୁ୫ଏମଆର ଏବଂ ଏନଏମଆରେ ହ୍ରାସ ଆସିଛି ଏବଂ ଏବଂ ଦେଶ ୨୦୩୦ ପର୍ଯ୍ୟନ୍ତ ପୋଷଣୀୟ ବିକାଶ ଲକ୍ଷ୍ୟ (ଏସଡିଜି) ପ୍ରାପ୍ତ କରିବା ଦିଗରେ ଆଗକୁ ଅଗ୍ରସର ହେଉଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ଏହି ଉପଲବ୍ଧି ଉପରେ ଦେଶକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ସେବା କାର୍ଯ୍ୟରେ ନିୟୋଜିତ ଲୋକ ତଥା ସମୁଦାୟ ସଦସ୍ୟମାନଙ୍କୁ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି – “ଏସଆରଏସ ୨୦୨୦ରେ ୨୦୧୪ଠାରୁ ଶିଶୁ ମୃତ୍ୟୁ ହାରରେ ଲଗାତାର ଭାବେ ହ୍ରାସ ଘଟିଥିବା ପରିଲକ୍ଷିତ ହୋଇଛି। ଭାରତ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମମାନ, ମଜଭୁତ କେନ୍ଦ୍ର-ରାଜ୍ୟ ସହଭାଗୀତା ତଥା ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କ ସମର୍ପଣ ଭାବେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଶିଶୁ ମୃତ୍ୟୁ ହାରକୁ ୨୦୩୦ ଏସଡ଼ିଜି ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମନ୍ତେ ପ୍ରସ୍ତୁତ ଅଛି।”

ସଂକେତକ ଏସଆରଏସ ୨୦୧୪ ଏସଆରଏସ ୨୦୧୯ ଏସଆରଏସ ୨୦୨୦
ଅଶୋଧିତ ଜନ୍ମ ହାର (ସିବିଆର) 21.0 19.7 19.5
ମୋଟ ପ୍ରଜନନ ହାର 2.3 2.1 2.0
ପ୍ରାରମ୍ଭିକ ନବଜାତ ମୃତ୍ୟୁ ହାର (ଇଏନଏମଆର)-୦-୭ ଦିନ 20 16 15
ନବଜାତ ମୃତ୍ୟୁ ହାର (ଏନଏମଆର) 26 22 20
ଶିଶୁ ମୃତ୍ୟୁ ହାର (ଆଇଏମଆର) 39 30 28
୫ ବର୍ଷ ଠାରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁ ହାର (ୟୁ୫ଏମଆର) 45 35 32

ଲଗାତାର ଭାବେ ହ୍ରାସ ଘଟିଚାଲିବା ପରେ ଆଇଏମଆର, ୟୁ୫ଏମଆର ଏବଂ ଏନଏମଆରରେ ଆହୁରି ମଧ୍ୟ ହ୍ରାସ ଘଟିଛି।

ଏସଆରଏସ ୨୦୨୦ ରିପୋର୍ଟ ଅନୁସାରେ