Odiapua.com

ସୋସିଆଲ୍ ମିଡିଆରେ ଥୁମ୍ପିଲେ କଂଗ୍ରେସ ନେତ୍ରୀ: ମାମଲା ରୄଜୁ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ୍ ଟ୍ୱିଟରରେ ଥୁମ୍ପିବା ପଡ଼ିଲା ମହଙ୍ଗା। କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ନାମରେ ରୄଜୁ ହେଲା ମାମଲା। ଗତକାଲି ୟୁଟ୍ୟୁବରେ ନିଜର ଏକ ପୁରୁଣା ଭିଡିଓକୁ ଟ୍ୱିଟରେ ପୋଷ୍ଟ କରିଥିଲେ ଅଳକା ଲମ୍ବା। ଯେଉଁଥିରେ ସେ ଉନ୍ନାଓ ଦୁଷ୍କର୍ମ ମାମଲାରେ ପିଡ଼ି଼ତାଙ୍କୁ ସମର୍ଥନ ଦେବାକୁ ଯାଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। ମୋଦୀ, ଶାହା ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ବାରମ୍ବାର ନଂପୁଶକ କହିବା ସହ ଥୁମ୍ପୁଛି ମୁଁ, ତୁମ ମୁହଁରେ (ଛେପ ପକାଉଛି ତୁମ ମୁହଁରେ) ବୋଲି ବାରମ୍ବାର କହିଛନ୍ତି।

ଏ’ ନେଇ ଉତ୍ତରପ୍ରଦେଶ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ପ୍ରୀତି ବର୍ମା କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ବିରୋଧରେ ଲକ୍ଷ୍ନୋୖ, ହଜରତଗଞ୍ଜ ଅଦାଲତରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଆଇପିସିର ଧାରା ୫୦୪, ଧାରା ୫୦୫ (୧) (ଖ), ୫୦୫ (୨) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ସଂଶୋଧନ) ଅଧିନିୟମ ୨୦୦୮ର ଧାରା ୬୭ ଅନୁଯାୟୀ ଏ’ନେଇ କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସୀମା ଟପୁଛନ୍ତି କଂଗ୍ରେସୀ ନେତ୍ରୀ –
ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଉନ୍ନାଓର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗର ଜେଲରୁ ମୁକ୍ତି ପାଇଥିବା ନେଇ ଅଲକା ଲାମ୍ବା ଏକ ମିଛ ଟ୍ୱିଟ୍ କରିଥିଲେ। ଏଥିରେ ସେ କୁଲଦୀପ ଜେଲରୁ ମୁକ୍ତି ପାଇଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସାଂସଦ ସାକ୍ଷୀ ମହାରାଜଙ୍କ ସମେତ ହାଇକୋର୍ଟ ଜଜଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଲେଖିଥିଲେ। ତେବେ କୁଲଦୀପଙ୍କ ଜେଲରୁ ମୁକ୍ତି ନେଇ ଭୁଲ୍ ଟ୍ୱିଟ୍ କରିଥିବା ଯୋଗୁଁ କୁଲଦୀପଙ୍କ ଝିଅ ଅଳକା ଲମ୍ବାଙ୍କ ନାମରେ ଥାନାରେ ଏକ ଅଭିଯୋଗ କରିଥିଲେ। ତାଙ୍କ ପରିବାର ଏହି ମାମଲାରେ କୌଣସି ଜାମିନ ଆବେଦନ କରି ନାହାଁନ୍ତି, ଏବଂ ଜେଲରୁ ମୁକ୍ତି ପାଇଥିବା ବ୍ୟକ୍ତି ଜଣଙ୍କ ଅନ୍ୟ କେହି ଜଣେ। ଅଳକାଙ୍କ ଭୁଲ୍ ଟ୍ୱିଟ୍ ଯୋଗୁଁ ତାଙ୍କ ଉପରେ ଏବଂ ତାଙ୍କ ଭଉଣୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଛି ବୋଲି କୂଳଦୀପଙ୍କ ଝିଅ ଅଭିଯୋଗ କରିଥିଲେ। ଏହାପରେ ଅଳକା ଲାମ୍ବାଙ୍କୁ ଟ୍ୱିଟରରେ ଖୁବ୍ ଟ୍ରୋଲ୍ କରାଯିବା ସହିତ ତାଙ୍କୁ ଗିରଫ କରିବାକୁ ଏକ ଟ୍ରେଣ୍ଡ୍ ଚାଲିଲା। ଏ’ନେଇ ମଧ୍ୟ ଅଳକାଙ୍କ ନାମରେ ଉନ୍ନାଓରେ ଏକ ମାମଲା ରୄଜୁ ହୋଇଥିବା ଜଣାପଡ଼ିଛି। ତେବେ, ଏହାପରେ ଅଳକା ତାଙ୍କ ତ୍ରୁଟି ସୁଧାରିବେ କ’ଣ ଏହିପରି ଏକ ବିବାଦୀୟ ପୋଷ୍ଟ କରିଥିଲେ। ଏହାକୁ ନେଇ ଅଳକା ଲାମ୍ବାଙ୍କୁ ଖୁବ୍ ଟ୍ରୋଲ୍ କରାଯିବା ସହ ଏପରି ଅସଭ୍ୟ ଭାଷା କହିବାକୁ କ’ଣ ସୋନିଆ ଗାନ୍ଧୀ ଶିଖାଇଛନ୍ତି ବୋଲି ତାଙ୍କୁ ପ୍ରଶ୍ନ ହେଉଛି। /-ଦେବଦତ୍ତ ରଥ

ଥୁମ୍ପୁଛି ମୁଁ, ତୁମ ମୁହଁରେ: କଂଗ୍ରେସ ନେତ୍ରୀ ଅଳକା ଲାମ୍ବା