Odiapua.com

ରାମେଶ୍ୱର ପାନ୍ଥ ନିବାସ: ଏବେ “ହୋଟେଲ୍ ନିଳାମ୍ବୁ -ଦ” ପୁଡ୍ କୋର୍ଟ୍”

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରେ ନିର୍ମାଣ ହୋଇଥିଲା ଏକ ପାନ୍ଥନିବାସ।ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକ ଏହା ଆରମ୍ଭ କରିଥିଲେ।ସୂଚନାଯୋଗ୍ୟ ଯେ ଜାନକୀ ବାବୁଙ୍କର ନିଜ ଗାଁ” ଏହି ରାମେଶ୍ୱର।କିନ୍ତୁ, ଦୀର୍ଘଦିନ ହେଲା ଏହି ପାନ୍ଥ ନିବାସଟି ଜିରାଜର୍ଣ୍ଣ ଅବସ୍ଥାରେ ପଡ଼ିଥିଲା।ଏବେ ଏହି ପାନ୍ଥ ନିବାସଟିକୁ ରାଜ୍ୟ ସରକାରଙ୍କ ଠାରୁ ଲିଜ ସୂତ୍ରରେ ନେଇ ଆରମ୍ଭ ହୋଇଛି ହୋଟେଲ “ନିଳାମ୍ବୁ – ଦ’ ପୁଡ୍ କୋର୍ଟ୍”।ବୌଦ୍ଧ ହୋଟେଲ ଆଣ୍ଡ ଟୁରିଜିମ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଏହା ପିପିପି (ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍) ମୋଡରେ ଚାଲିଛି।

ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଅଭିମୁଖେ ଗଲାବେଳେ ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଛକ ନିକଟରେ ପଡ଼ିବ ହୋଟେଲ ନିଳାମ୍ବୁ।ଭୁବନେଶ୍ୱର ଠାରୁ ସ୍ଥାନର ଦୂରତା ପ୍ରାୟ ୫୦ କିଲୋମିଟର।୫ କିଲୋମିଟର ଦୂରତାରେ ନିକଟସ୍ଥ ନିରାକାରପୁର ରେଳଷ୍ଟେସନ।ଏଠାରୁ ଚିଲିକା, ଭୂଷଣ୍ଡପୁର ସ୍ଥିତ ମା” ଉଗ୍ରତାରାଙ୍କ ପୀଠ, ରଣପୁର ସ୍ଥିତ ମଣୀ ନାଗେଶ୍ୱରୀ, ଅସୁରକୁମାରୀ, ଖୋର୍ଦ୍ଧା ଅଟ୍ରି, ବରୁଣେଇ, ଅରୁଣେଇ ପୀଠ, ବାଣପୁର ସ୍ଥିତ ମା” ଭଗବତୀଙ୍କ ମନ୍ଦିର ଆଦି ନିକଟ ଦୂରତାରେ।ସେହିପରି ଏହିଠାରୁ ଜଗନ୍ନାଥ ଧାମ ପୁରୀକୁ ରହିଛି ସିଧା ନୂଆ ଜଗନ୍ନାଥ ସଡ଼କ।ଦୂରତା ୫୦ କିଲୋମିଟରରୁ କମ୍ ହେବ।

ହୋଟେଲ ନିଳାମ୍ବୁର ଗୋଟିଏ ପାର୍ଶ୍ଵରେ ରହିଛି ରାମେଶ୍ୱର ପାହାଡ଼ ଏବଂ ଅପର ପାର୍ଶ୍ଵରେ ମଲାଗୁଣୀ ନଦୀ।ପାଖରେ ମଧ୍ୟ ରହିଛି ଏକ ଆନିକଟ।ଖୁବ୍ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ ହୋଟେଲ ନିଳାମ୍ବୁ, ହନିମୁନ୍ ପାଇଁ ଖୁବ୍ ଆକର୍ଷଣୀୟ ସ୍ଥାନ।ପାଖାପାଖି, କିନ୍ତୁ ଦୁଇଟି ଅଲଗା ଅଲଗା ସ୍ଥାନରେ ରହିଛି ରେଷ୍ଟୁରାଣ୍ଟ ଏବଂ ଲଜିଂ।ଏଠାରେ ହାଇ୍ କ୍ଵାଲିଟିର ୮ଟି ଏସି ରୁମ ରହିଛି।ବାହାଘର, ପାର୍ଟି, ପଲ୍ଟିକାଲ୍ ପ୍ରୋଗ୍ରାମ୍ କିମ୍ବା ଅନ୍ୟାନ୍ୟ କୌଣସି କାର୍ଯ୍ୟକ୍ରମ କରିବା ପାଇଁ ରହିଛି ବିସ୍ତୀର୍ଣ୍ଣ ଜାଗା।ଏୟାରପୋର୍ଟ କ୍ୱାଲିଟିର ଲେଡିଜ୍ ଏବଂ ଜେଣ୍ଟସ୍ ମାନଙ୍କ ପାଇଁ ରହିଛି ଅଲଗା ଅଲଗା ଯଥେଷ୍ଟ ଟଏଲେଟ୍ ଏବଂ ବାଥରୁମ୍।ଟୁରିଷ୍ଟ ଭେଇକିଲ ଏପରିକି ବଡ଼ ବସ୍ ପାର୍କିଂ ପାଇଁ ରହିଛି ବିସ୍ତୀର୍ଣ୍ଣ ଜାଗା।ଏଠାରେ ସଂପୂର୍ଣ ଓଡ଼ିଆ ଖାଦ୍ୟ ସହିତ ସାଉଥ୍ ଇଣ୍ଡିଆନ୍, ଚାଇନିଜ୍, ଜୁସ୍, ଲସି, ବର୍ଗର, ପିଜା ଏବଂ ଅନ୍ୟାନ୍ୟ ଖାଦ୍ୟ ସହିତ ୨୪×୭ ସମୟ ଚା/କଫି ଏବଂ ସ୍ନାକ୍ସ ସୁବିଧା ରହିଛି।//ଦେବଦତ୍ତ ରଥ

କୂଳଭୂଷଣଙ୍କୁ ୱାଘା ବର୍ଡ଼ରରେ ଫାଶୀ ଦିଆଯାଉ: ବଲିଉଡ୍ ଅଭିନେତ୍ରୀ !

“ବୋଲ୍ ବମ୍ – ହର ହର ବମ୍” : ଆଜି ଶ୍ରାବଣ ମାସ ପ୍ରଥମ ସୋମବାର