Odiapua.com

ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଅଭିନନ୍ଦନ: ୨୦୧୯

।|ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ
ନିର୍ବିଘ୍ନମ୍ କୁରମେଦେବ,ସର୍ବକାର୍ଯ୍ୟେସୁ ସର୍ବଦା|।

ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ପୂଜା କରାଯାଏ।ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗଣେଶ ପୂଜା ପାଳନ କରାଯାଇଥାଏ।ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଗଣେଶ ମେଢ଼ କରାଯାଇ ପୂଜାର୍ଚ୍ଚନା କରାଯାଏ।ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି।ବିଦ୍ୟାର୍ଥୀମାନେ ନୂଆ ପୋଷାକ ପରିଧାନ କରି ଉପବାସ ରହିବା ସହ ପୂଜା ସ୍ଥାନରେ ଯାଇ ନଡ଼ିଆ ଭାଙ୍ଗନ୍ତି, ପୁଷ୍ପାଞ୍ଜଳି ଦିଅନ୍ତି।ଓଡ଼ିଶାରେ ପିଲାମାନେ ଏହି ଦିନ “ଖଡ଼ିପୂଜା” କରି ବିଦ୍ୟା ଅନୁକୂଳ କରିଥାଆନ୍ତି।ଭାରତରେ ମହାରାଷ୍ଟ୍ରରେ ଗଣେଶ ପୂଜା ଖୁବ୍ ଆଡ଼ମ୍ବରରେ ପାଳିତ ହୋଇଥାଏ।ବଲିଉଡ୍ ଦୁନିଆ ମଧ୍ୟ ଗଣପତିଙ୍କ ଆରାଧନା କରିଥାଆନ୍ତି।ଗଣପତିଙ୍କୁ ବିଦାୟ ଦେବା ବିସର୍ଜନ ଦିନ “ଗଣପତି ବାପ୍ପା ମୋରିଆ” ଧ୍ୱନୀରେ ପୂରା ମହାରାଷ୍ଟ୍ର ପ୍ରକମ୍ପତି ହୋଇଥାଏ।ଓଡ଼ିଶାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀର ଗଣେଶ ପୂଜା ପ୍ରସିଦ୍ଧ।ଏଠାରେ ୧୧ଦିନ ଧରି ଗଣେଶ ପୂଜାପାଳିତ ହୋଇଥାଏ।
//-ଦେବଦତ୍ତ ରଥ

।।ଖର୍ବଂ ସ୍ଥୁଳତନୁମ୍ ଗଜେନ୍ଦ୍ରବଦନଂ ଲମ୍ବୋଦରମ୍ ସୁନ୍ଦରମ୍।
ପସ୍ୟନ୍ଦନ୍ ମଧୁପ ଗନ୍ଧଯୁକ୍ତଂ ବ୍ୟାଲୋଳ ଗଣ୍ଡସ୍ଥଥଳମ୍।
ଦନ୍ତାଘାତ ବିଦାରିତାରିରୁଧିରୈ ସିନ୍ଦୂର ଶୋଭାକରଂ।
ବନ୍ଦେ ଶୈୟଳସୁତାସୁତମ୍ ଗଣପତ ସିଦ୍ଧିପ୍ରଦଂ କାମଦମ୍ II

କିପରି ହେଲା ଗଣେଶଙ୍କର ହାତୀ ମୁଣ୍ଡ? କାହିଁକି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ମନା?

ବାସ୍ତୁ ଶାସ୍ତ୍ରରେ ଗଣେଶ: ଜାଣନ୍ତୁ କିଛି ନିୟମ