Odiapua.com

ଖୁସି ଖବର : ୬ କୋଟି ଚାକିରିଆ ଲୋକଙ୍କୁ ପିଏଫରେ ଅଧିକ ସୁଧ ମିଳିବ

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ଚାକିରିଆ ଲୋକଙ୍କ ପାଇଁ ଖୁସିର ଖବର। କେନ୍ଦ୍ରୀୟ ମନ୍ତ୍ରୀ ସନ୍ତୋଷ ଗଙ୍ଗବାରଙ୍କ କହିଛନ୍ତିଯେ, ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ପିଏଫ (EPF) ଉପରେ ୮.୬୫ପ୍ରତିଶତ ସୁଧ ମିଳିବ। ଏହାର ସିଧା ଲାଭ ୬ କୋଟି ଖାତାଧାରକଙ୍କୁ ମିଳିବ।

ନ୍ୟୁଜ ଏଜେନ୍ସୀ ଖବର ମୁତାବକ ମୁତାବକ, ଶିଘ୍ର ଚାକିରି କରିଥିବା ଲୋକଙ୍କ ଖାତାରେ ପିଏଫ ସୁଧ ଜମା ହେବ।

ସୂଚନାଯୋଗ୍ୟଯେ, ଗତ ଛଅ ମାସରେ ପିଏଫ ଖାତାର ସୁଧ ଦର ଉପରେ ସହମତି ବନିପାରିନଥିଲା। ଏହା ପୂର୍ବରୁ ଆର୍ଥିକ ବର୍ଷ ଅର୍ଥାତ ୨୦୧୭-୧୮ ରେ ସୁଧ ଦର ୮.୫୫ ପ୍ରତିଶତ ଥିଲା। ଏହା ସହିତ ସୁଧ ହାରରେ ୦.୧୦ପ୍ରତିଶତ ବୃଦ୍ଧି ହୋଇଛି।