Odiapua.com

ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ; ଆଜିର ଅନୁଚିନ୍ତା ..

ଆଜିର ଅନୁଚିନ୍ତା –

ର୍ମକ୍ଷେତ୍ର ହେଉ ଅଥବା ରଣକ୍ଷେତ୍ର ସେଠାରେ ଯଦି ସମ୍ପର୍କକୁ ମହତ୍ୱ ଦିଆଯାଏ ତେବେ ପତନ ସୁନିଶ୍ଚିତ। ସେଥିପାଇଁ କର୍ମକ୍ଷେତ୍ରରେ କେବେବି ସମ୍ପର୍କକୁ ମହତ୍ୱ ନ’ ଦେଇ ଦାୟିତ୍ୱ, ଭରୋଷା ଏବଂ ବିଶ୍ୱାସକୁ ମହତ୍ୱ ଦେବା ଉଚିତ୍। ଏହାଦ୍ୱାରା ନିଜର, ନିଜ କର୍ମ କ୍ଷେତ୍ରର, ପରିବାରର ଏବଂ ସମାଜର କଲ୍ୟାଣ ହୋଇଥାଏ। ନିଜ ଉପରେ ଏବଂ ନିଜର କର୍ମ ଉପରେ ଭରୋଷା ଏବଂ ବିଶ୍ୱାସ କରି କର୍ମ କ୍ଷେତ୍ରରେ ଆଗେଇ ଚାଲିବା ଦରକାର। କର୍ମମୟ ଜୀବନ ଭିତରେ କେବେ କେବେ ନିଜର ପରିଚିତ ଲୋକଙ୍କର ବିରୋଧର ସମ୍ମୁଖିନ ହେବାକୁ ପଡ଼ିଥାଏ। କିନ୍ତୁ, ସେହି ବିରୋଧକୁ ନିଜ ହିସାବରେ ସମାଧାନ କରି କର୍ମମୟ ଜୀବନରେ ଆଗକୁ ବଢ଼ିବାକୁ ପଡ଼ିଥାଏ।

ମହାଭାରତ ଯୁଦ୍ଧ କ୍ଷେତ୍ରରେ ଯେତେବେଳେ ନିଜର ଆତ୍ମୀୟଙ୍କୁ ଦେଖି ଅର୍ଜୁନ ନିଜର ଗାଣ୍ଡିବ ତ୍ୟାଗ କରିଥିଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଧର୍ମରକ୍ଷା କରିବାକୁ ଏବଂ ନିଜର କର୍ତ୍ତବ୍ୟ ପାଳନ କରି ଗାଣ୍ଡିବ ଉଠାଇ ଆତ୍ମୀୟଙ୍କ ସହ ଯୁଦ୍ଧ କରିବାକୁ ଉପଦେଶ ଦେଇଥିଲେ। ତେଣୁ, ନିଜ କର୍ମ ଉପରେ ଭରଷା ଏବଂ ବିଶ୍ୱାସ ରଖି ଆବଶ୍ୟକ ପଡ଼ିଲେ ଆତ୍ମୀୟ ସ୍ୱଜନଙ୍କୁ ଏକତରଫା କରି ନିଜେ ନିଜ କର୍ମ ପଥରେ ଆଗକୁ ବଢ଼ିବା ଆବଶ୍ୟକ। /-ଦେବଦତ୍ତ ରଥ

ଶୁଭ ସକାଳ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..