Odiapua.com

ମହାମେଣ୍ଟରେ ଫାଟ! କଂଗ୍ରେସ ଏକ ଅହଙ୍କାରୀ ଦଳ:ଅଖିଲେଶ

ଭୁବନେଶ୍ୱର:କଂଗ୍ରେସକୁ ଏକ ଅହଙ୍କାରୀ ଦଳ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ।୨୦୧୯ ନିର୍ବାଚନରେ କଂଗ୍ରେସ ଠାରୁ ଦୂରତା ବଜାୟ ରଖିବା ନେଇ ସଙ୍କେତ ଦେଇଛନ୍ତି ଅଖିଲେଶ।ଅଖିଲେଶ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ସମାଜବାଦୀ ପାର୍ଟିର କୌଣସି ମେଣ୍ଟ ହେବ ନାହିଁ।ମଧ୍ୟପ୍ରଦେଶରେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେବା ବେଳେ ଅଖିଲେଶ କହିଛନ୍ତି ଯେ,କଂଗ୍ରେସ ଏକ ଅହଙ୍କାରୀ ଦଳ ଅଟେ।ସେମାନେ ଭାବୁଛନ୍ତି ଯେ, ଗଣତନ୍ତ୍ରରେ ସେମାନଙ୍କ ଦଳ ସବୁଠୁ ବଡ ଆଉ ସମସ୍ତେ ଛୋଟ।ଏହା ସହ ଅଖିଳେଶ ଆହୁରି କହିଛନ୍ତି ଯେ, ଦେଶକୁ ତୃତୀୟ ବିକଳ୍ପର ଆବଶ୍ୟକତା ରହିଛି।ଅଖିଲେଶ କହିଛନ୍ତି ରୁଟି ସେତେବେଳେ ଭଲ ଭାବେ ସେକା ହୋଇପାରିବ ଯେତେବେଳେ ଏହାକୁ ବାରମ୍ବାର ପରିବର୍ତ୍ତନ କରାଯିବ।ମଧ୍ୟପ୍ରଦେଶରେ ଗୋଟିଏ ଥର କଂଗ୍ରେସ ଏବଂ ଆଉ ଗୋଟିଏ ଥର ବିଜେପି ରୋଟି ଜଳାଇ ଦେଇଛନ୍ତି।ଏଥର ତୃତୀୟ ବିକଳ୍ପର ଆବଶ୍ୟକତା ରହିଛି।ବିଜେପିକୁ କୌଣସି ଦଳ ହରାଇବ ନାହିଁ ବରଂ ଜନତା ମାନେ ବିଜେପିକୁ ଚଳିତ ନିର୍ବାଚନରେ ହରାଇବେ ବୋଲି କହିଛନ୍ତି ଅଖିଲେଶ।ଅଖିଲେଶଙ୍କର ଏପରି ମନ୍ତବ୍ୟ ମହାମେଣ୍ଟ ଯୋଜନାକୁ ଏକ ଶକ୍ତ ଧକ୍କା ଲାଗିଛି/ଦେବଦତ୍ତ ରଥ