Odiapua.com

ଅମ୍ପାନ୍ ମୁକାବିଲା ପାଇଁ ୪ଟି ଜିଲ୍ଲା ଦାୟିତ୍ୱରେ ୪ ବରିଷ୍ଠ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ପାନ୍ ସୁପର ସାଇକ୍ଲୋନର ରୂପ ନେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନ ହୋଇପାରେ ବୋଲି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ତରଫରୁ କୁହାଯାଇଛିଯେ, “ଅତିତୀବ୍ର ସାମୁଦ୍ରିକ ଝଡ଼ ଅମ୍ଫାନ୍, ୧୨ ଘଣ୍ଟା ପରେ ମହାବାତ୍ୟାର ରୂପ ନେବାର ସମ୍ଭାବନା ଅଛି। ଏହା ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାଟିଆ ଦୀପ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବରେ ସୁନ୍ଦରବନ ନିକଟରେ ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସ୍ଥଳ ଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଛି।

ଓଡ଼ିଶା ଉପକୂଳରେ ଅମ୍ପାନ୍ ସିଧାସଳଖ ମାଡ଼ ନହେଲେ ମଧ୍ୟ ଉତ୍ତର ପୂର୍ବ ଓଡ଼ିଶାର ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଇଛି। ଏହି ଜିଲ୍ଲା ମାନଙ୍କରେ ୧୩୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଏହି ୪ଟି ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଭଦ୍ରକ ଜିଲ୍ଲା ପାଇଁ ସୁଶୀଲ କୁମାର ଲୋହାନି, ବାଲେଶ୍ୱର ଜିଲ୍ଲା ପାଇଁ ମଧୁସୂଦନ ପାଢ଼ୀ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ କୁମାର ଶର୍ମା ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। /-ଦେବଦତ୍ତ ରଥ

ବିଜେପି ଯୁବା ନେତ୍ରୀଙ୍କ ଆପତ୍ତିଜନକ ଭାଇରାଲ୍ ଫଟୋ ..