Odiapua.com

ସବୁଠାରୁ ବଡ଼ ତୈଳ କମ୍ପାନୀ ଉପରେ ଡ୍ରୋନ ହମଲା

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ସାଉଦୀ ଆରବର ପୂର୍ବ ଭାଗରେ ସ୍ଥିତ ସାଉଦୀ ଆରବ ଅରାମକୋ ତୈଳ କମ୍ପାନୀର ଦୁଇଟି କେନ୍ଦ୍ରରେ ବିଷ୍ପୋରଣ ଫଳରେ ନିଆଁ ଲାଗିଥିବା ଖବର ପ୍ରକାଶ କରିଛି। ସମାଚାର ଏଜେନ୍ସି ଏଏଫପି ସୂତ୍ରରୁ ପ୍ରକାଶ କରିଛିଯେ, ସାଉଦୀ ଆରବ ଅରାମକୋର ଦୁଇଟି କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ କରାଯାଇଛି।

ସାଉଦୀ ଆରବ ଅରାମକୋ ସାଉଦୀ ଆରବର ରାଷ୍ଟ୍ରୀୟ ପେଟ୍ରୋଲିଯମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ। ଏହା ରାଜସ୍ଵ ମାମଲାରେ ଦୁନିଆର କଞ୍ଚା ତେଲର ସବୁଠାରୁ ବଡ଼ କମ୍ପାନୀ ଅଟେ।

ଅନଲାଇନ ଭିଡ଼ିଓରେ ଭୟଙ୍କର ନିଆଁ ଲାଗିଥିବା ଜଣା ପଡ଼ୁଛି। ସାଉଦୀ ଆରବର ମନ୍ତ୍ରଣାଳୟର ସୂତ୍ରରୁ ଖବର ପ୍ରକାଶିତଯେ, ଅରାମକୋ ତୈଳ କମ୍ପାନୀର ଦୁଇଟି ଡ୍ରୋନ ଦ୍ୱାରା ବିଷ୍ପୋରଣ କରାଯାଇଛି। ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ କରାଯାଇଛି ଏବଂ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟଯେ, କି ଅରାମକୋ ଉପରେ ଆତଙ୍କବାଦୀମାନଙ୍କର ନଜର ଥିଲା। ଅଲ-କାୟଦାର ଆତ୍ମଘାତୀ ବିଷ୍ପୋରଣ ଫେବ୍ରୁଆରୀ ୨୦୦୬ ରେ ଏହି ତେଲ କମ୍ପାନୀ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ତାହା ବିଫଳ ହୋଇଥିଲା।