Odiapua.com

ସେନା ଟ୍ରେନିଂରେ ଧୋନି

ନୂଆଦିଲ୍ଲୀ,୨୨/୭,(ଓଡିଆପୁଅ) : ବିଶ୍ବକପ୍ କ୍ରିକେଟ୍ ୨୦୧୯ ସେମିଫାଇନାଲରୁ ଭାରତ ଆଉଟ୍ ହେବା ପରେ ଧୋନିଙ୍କୁ ଅବସର ନେବା ପାଇଁ ଚାରିପଟୁ କ୍ରିକେଟ୍ ପ୍ରେମୀ ଦାବି କରୁଥିଲେ। ସବୁଆଡୁ ଶୁଣିବାକୁ ମିଳୁଥିଲା ଯେ, ଧୋନି ଅବସର ନେବେ। ମାତ୍ର କୁଲ୍ ମ୍ୟାନ ଆଉ କିଛି ଯୋଜନା କରିଛନ୍ତି। ତାଙ୍କୁ ଏବେ ଅବସର ନେବା ପାଇଁ ମୁଡ୍ ନାହିଁ ।

ତେବେ ମାହି ଏବେ ଭାରତୀୟ ସେନାରେ ଦୁଇ ମାସ ଯାଏଁ ପ୍ରଶିକ୍ଷଣ ନେବେ ବୋଲି ସୂଚନା ମିଳିଛି। ଯେଉଁଥିପାଇଁ ସେ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯିବା ପାଇଁ ମନା କରିଦେଇଥିଲେ। ଦୁଇ ମାସର ବ୍ରେକ ନେଇ ଧୋନି ଆର୍ମିରେ ଯୋଗ ଦେବେ ବୋଲି ଵିସିସିଆଇକୁ ଅବଗତ ମଧ୍ୟ କରାଇଛନ୍ତି। ଏବେ ସେ ପାରାଚ୍ୟୁଟ ରେଜିମେଣ୍ଟରେ ସାମିଲ ହେବାକୁ ଯାଉଛନ୍ତି ବୋଲି ପ୍ରକାଶ କରିଛନ୍ତି।