Odiapua.com

ନବୀନଙ୍କ ବିରୋଧରେ ବିଜେପୁରରୁ ଲଢ଼ିବା ପାଇଁ ଧର୍ମେନ୍ଦ୍ରଙ୍କୁ ଆହ୍ୱାନ କଲେ ସୁବାସ:କ’ଣ ଧର୍ମେନ୍ଦ୍ର ଚ୍ୟାଲେଞ୍ଜ ଗ୍ରହଣ କରିବେ?

ଭୁବନେଶ୍ୱର:ଓଡ଼ିଶା ବିଜେପିର ବରିଷ୍ଠ ନେତା ସୁବାସ ଚୌହାନ ନବୀନଙ୍କ ବିରୋଧରେ ବିଜେପୁରରୁ ଲଢ଼ିବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆହ୍ୱାନ କରି ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି।ବରଗଡ଼ ଲୋକସଭା ଆସନରୁ ଆଶାୟୀ ଥିବା ସୁବାସ ଚୌହାନ ଟିକେଟ କଟିବା ପରେ ପ୍ରଥମ ଥର ମୁହଁ ଖୋଲି ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି କରିବା ପରି କଥା କହିଛନ୍ତି।ଟିକେଟ କଟିବାକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଉପ ସଭାପତି ପଦ ଦେଇ ତାଙ୍କୁ ଅଯଥା ସନ୍ତୁଷ୍ଟ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୁବାସ ଆକ୍ଷେପ କରିଛନ୍ତି।କିନ୍ତୁ,ଦଳ ଭିତରେ ରହି ସେ ଦଳ ପାଇଁ କାମ କରିବା କଥା କହିବା ସହ ସହ ତାଙ୍କୁ ବିଜେପୁର ଟିକେଟ ପାଇଁ ଦଳ କହୁଛି।କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ବ୍ୟକ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାର୍ଥି ହୁଅନ୍ତୁ,ବୋଲି ସୁବାସ ଚୌହାନ ଆହ୍ୱାନ କରିଛନ୍ତି।ଏହା କହି ସୁବାସ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି।କାରଣ ଧର୍ମେନ୍ଦ୍ର ପ୍ରଧାନ ହିଁ ଓଡ଼ିଶାର ମଙ୍ଗ ଧରିଛନ୍ତି।ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ବିକଳ୍ପ ଭାବରେ ବିଜେପି ଓଡ଼ିଶାର ଅନେକ୍ ନେତା ଦର୍ଶାଇ ଆସୁଛନ୍ତି।ହିଂଜିଳିକାଟୁ ନବୀନ ପଟ୍ଟନାୟକଙ୍କ ନିଜ ଅଞ୍ଚଳ।କିନ୍ତୁ ବିଜେପୁର ତ’ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟବର୍ତ୍ତି।ତେଣୁ ସୁବାସ ଚୌହାନଙ୍କର ଏପରି ପ୍ରସ୍ତାବର ପ୍ରାସଙ୍ଗିକତା ରହିଛି।ଏମିତିରେ ଭିନ୍ନ ଏକ ନିର୍ବାଚନ ମଣ୍ଡଳୀ ବିଜେପୁରରେ ନବୀନ ବନାମ ଧର୍ମେନ୍ଦ୍ର ଲଢ଼ିଲେ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଜାଣିଯିବେ ବିଜେପି ଏବଂ ବିଜେଡି ଭିତରେ କିମ୍ବା ନବୀନ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ କିଏ କେତେ ଲୋକପ୍ରିୟ।କିନ୍ତୁ, ଧର୍ମେନ୍ଦ୍ର ପ୍ରଧାନ କ’ଣ ସୁବାସଙ୍କର ଏ ଆହ୍ୱାନ କୁ ଗ୍ରହଣ କରିବେ?//ଦେବଦତ୍ତ