Odiapua.com

ନବରାତ୍ର ଉପଲକ୍ଷେ ଭୁବନେଶ୍ୱରରେ ଆୟୋଜିତ ହେବ ଦାଣ୍ଡିଆ; କରନ୍ତୁ ବୁକିଂ

ଭୁବନେଶ୍ୱର: ନବରାତ୍ର ଉପଲକ୍ଷେ ଭୁବନେଶ୍ୱରରେ ଓଟିଡିସି ପ୍ରଥମ ଥର ପାଇଁ ଆୟୋଜନ କରିବ ଦାଣ୍ଡିଆ।ଭୁବନେଶ୍ୱର ପାନ୍ଥନିବାସ ଠାରେ ୫,୬ ଏବଂ ୭ ତାରିଖ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ତିଥିରେ ଏହା ଆୟୋଜନ ହେବ।ଏହି ତିନି ଦିନ ପ୍ରତ୍ୟେହ ସନ୍ଧ୍ୟା ୬:୩୦ ରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ।ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଜଣଙ୍କ ପାଇଁ ଟିକେଟର ମୂଲ୍ୟ ୬୯୯ ଟଙ୍କା ଏବଂ ଯୋଡ଼ି ହୋଇ ଗଲେ ୧୨୯୯ ଟଙ୍କା ରହିଛି।//ଦେବଦତ୍ତ