Odiapua.com

କୋରାପୁଟ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥିଙ୍କ ଗାଡିରୁ ଟଙ୍କା ଜବତ

କୋରାପୁଟ ; ତା୨୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଲଦୀପ କାରରେ ସୁନାବେଡାରୁ କୋରାପୁଟ ଆାଡେ ଆସୁଥିବା ବେଳେ ଓଏମପିଛକ ନିକଟରେ ଗାଡି ଯାଂଚ ସମୟରେ ୧ ଲକ୍ଷ ୯ ହଜାର ୫୦୦ ଟଙ୍କା ଜବତ କରାଯାଇଥିବା ଯାଂଚ ଅଧିକାରୀ ଗୋରଚନ୍ଦ୍ର ପଟନାୟକ ସୂଚନା ଦେଇଥିଲେ। କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲକ୍ଟେର ପ୍ରଧାନ ଟୋଲ୍ୟାମ୍ବା, ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ, କୋରାପୁଟ ଟାଉନଥାନାର ଏସଆଇ ସୁଜାତା କହଁର, ଏଏସଆଇ ଏ.କେ.ହିଆଲ, କେଶବ ପରଜା, ସଂଜିବ ବାଘ, ମଧୁ ପଟନାୟକ ପ୍ରମୁଖ ଯାଂଚ ସମୟରେ ଉପସ୍ଥିତ ରହି ସହଯୋଗ କରିଥିଲେ।