Odiapua.com

ବାର୍ଷିକ ୪୦୦ କୋଟି ପର୍ଯ୍ୟନ୍ତ କାରବାର ଥିବା କମ୍ପାନୀଙ୍କ ପାଇଁ ୨୫ ପ୍ରତିଶତ ହାରରେ କର୍ପୋରେଟ ଟିକସ ଲାଗୁ ହେବ

ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ବାର୍ଷିକ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସମସ୍ତ କମ୍ପାନୀମାନଙ୍କୁ ୨୫ ପ୍ରତିଶତ ନିମ୍ନ ହାରରେ କର୍ପୋରେଟ ଟିକସ ପ୍ରଦାନ କରିବା ପାଇଁ କେନ୍ଦ୍ର ବଜେଟ ୨୦୧୯-୨୦ରେ ପ୍ରସ୍ତାବ ରହିଛି। ସମ୍ପ୍ରତି ଏହି ହାର ବାର୍ଷିକ ୨୫୦ କୋଟି ଟଙ୍କା କାରବାର କରୁଥିବା କମ୍ପାନୀମାନଙ୍କ ପାଇଁ ଲାଗୁ ରହିଛି। ଆଜି ସଂସଦରେ ସାଧାରଣ ବଜେଟ ୨୦୧୯-୨୦ ଉପସ୍ଥାପନ କରିବା ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଲେ “ଏହା ମାଧ୍ୟମରେ ୯୯.୩ ପ୍ରତିଶତ କମ୍ପାନୀମାନଙ୍କୁ କଭର କରାଯିବ। କେବଳ ୦.୭ ପ୍ରତିଶତ କମ୍ପାନୀ ଏହି ହାର ବାହାରେ ରହିବେ।”