Odiapua.com

ଚାଏ ପେ ଚର୍ଚ୍ଚା, ମନ୍ଦିର ଦର୍ଶନ, ଷ୍ଟେସନ ପରିଦର୍ଶନ: ବ୍ୟାପକ ଅନୁଦାନ ଘୋଷଣା ..

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତ ଗସ୍ତ କରି ଏକ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ସହ ଅପରାଜିତା ଗୋଳବାଇ ଷ୍ଟେସନ (ପାସେଞ୍ଜର ହଲ୍ଟ), ଜଳେଶ୍ୱର ମନ୍ଦିର, କାୟା ଗଙ୍ଗା ପାହାଡ଼ ଉପରେ ଅବସ୍ଥିତ ନୃସିଂହ ମନ୍ଦିର ଦର୍ଶନ କରିଥିଲେ। ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଜଳେଶ୍ୱର ମନ୍ଦିର ଏବଂ ନୃସିଂହ ମନ୍ଦିର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ତିନି ତିନି ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ ପାଇଁ ଘୋଷଣା କରିଥିଲେ। ଏହା ସହ ରେଳବାଇ ବିଭାଗ ସହ କଥା ହୋଇ ଗୋଳବାଇ ଷ୍ଟେସନ (ପାସେଞ୍ଜର ହଲ୍ଟ) ଟିକେଟ କାଉଣ୍ଟର ପର୍ଯ୍ୟନ୍ତ ଏକ ସ୍ଥାୟୀ ରାସ୍ତା ନିର୍ମାଣର ପ୍ରତିଶୃତି ଦେଇଥିଲେ। ସେହିପରି ଗୋଳବାଇରେ ଥିବା ସରକାରୀ ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ ରହୁଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଶୁଣି ଏ’ ନେଇ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।
-/Dr

ପୂରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ: ଅଭୁଲା ସ୍ମୃତିର ସ୍ମୃତି ଚାରଣ ..