Odiapua.com

ଯାତ୍ରୀ ବାହୀ ବସ ଧକ୍କା ମାରିଲା ଟ୍ରାକ୍ଟରକୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋରାପୁଟ ୧୪/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ପାଡୁଆ ଥାନା ସମ୍ମୁଖରେ ଘରୋଇ ବସ (ଓଆର ୧୦ ଏ ୪୪୪୯) ନମ୍ବର ଗୁମା ଭୈରବୀ ନାମକ ବସ ଏକ ଟ୍ରାକ୍ଟରକୁ ପଛ ପଟକୁ ଧକ୍କା ମାରି ବାଇକ ଆରୋହୀ ଓ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଛନ୍ତି। ଖବର ଅନୁଯାୟୀ ଆଜି ସକାଳ ୭ ଘଣ୍ଟା ୫୦ ମିନିଟ ସମୟରେ ଯାତ୍ରୀ ନେଇ ଚାଟୁଆ ଠାରୁ ଜୟପୁର ନେଇ ଯାଉଥିବା ସମୟରେ ପାଡୁଆଥାନା ନିକଟ ବୁଲାଣିରେ ଦ୍ରୁତ ଗତିରେ ଆସୁଥିବା ଗୁମା ଭୈରବୀ ନାମକ ବସ ବାଲି ବୋଝେଇ ଟ୍ରାକ୍ଟରକୁ ପଛପଟୁ ଧକ୍କା ମାରି ନିୟନ୍ତ୍ରଣ ହରାଇଥିଲା। ଥାନା ସମ୍ମୁଖରେ ଥିବା ଡ୍ରେନରେ ଚକା ପସି ଯିବାରୁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ବସରେ ବସିଥିବା ଯାତ୍ରୀମାନେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବସ ଚାଳକ ମାଦକ ଦ୍ରବ୍ୟ ସେବନ କରି ବସ ଚଳାଉ ଥିବାରୁ ଦୁର୍ଘଟଣା ଘଟିଥିଲା। ଚାଳକ ଥାନାକୁ ଯାଇ ଆତ୍ମ ସମର୍ପଣ କରିଥିଲା। ଏପରି ଚାଳକମାନେ ନିଶା ସେବନ କରି ଗାଡ଼ି ଚଳାଚଳ କଲେ ଯାତ୍ରୀମାନେ କିପରି ସୁରକ୍ଷା ପାଇବେ ବୋଲି ପାଡୁଆ, ଚାଟୁଆ, ବାଲଡା, ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।