Odiapua.com

ଶୀତ ପାଇଁ ଆହା ପଦେ: କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ..

ଭୁବନେଶ୍ୱର: ଶୀତଦିନ ଅବସରରେ ଯଦୁମଣି ଦାସ ସ୍ମୃତି ସଂସଦ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଡ଼ ବଜାର ଠାରେ “ଶୀତ ପାଇଁ ଆହା ପଦେ” ନାମରେ ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଞ୍ଚଳର ଯୁବ ନେତା ଶୁଭମ (ବୁନୁ) ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଭାବ ଅନଟନରେ ରହୁଥିବା ଲୋକଙ୍କ ମଧ୍ୟରେ କମ୍ବଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ବିଜେଡି ନେତା ରବୀନ୍ଦ୍ର କୁମାର ରାଉତରାୟଙ୍କ ସହିତ ସୁବାସ ଦାସ ମଞ୍ଚାସୀନ ଥିଲେ। ମନୋଜ (ମିଟୁ) ପ୍ରଧାନ ଏବଂ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
-/Dr

ବାହୁବଳୀ ନୁହେଁ, ମୁଁ ବିପ୍ଳବୀ: ପ୍ରଶାନ୍ତ ଜଗଦ୍ଦେବ